ମଧ୍ୟପ୍ରଦେଶ ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ମଧ୍ୟପ୍ରଦେଶ ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ମଧ୍ୟପ୍ରଦେଶ ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର। ଆସିରଗଡ ଦୁର୍ଗ ସହ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀ ସଂଗ୍ରାମୀ ମାନଙ୍କ ଗଭୀର ସମ୍ପର୍କ ରହିଛି।

ବୀର ସୁରେନ୍ଦ୍ର ସାଏ, ତାଙ୍କ ପୁତ୍ର ମିତ୍ରଭାନୁ ସାଏ, ଉଦନ୍ତ ସାଏ, ଧ୍ରୁବ ସାଏ ଓ ମେଦିନୀ ସାଏ ଆସିରଗଡ ଦୁର୍ଗରେ ଜେଲ୍ ଦଣ୍ଡାଦେଶ ଭୋଗିଥିଲେ । ଲଖନପୁର ଜମିଦାର ପରିବାରର ଖଗେଶ୍ୱର ସିଂହ ଦାଉ, ରମ୍ପେଲାର ଲୋକନାଥ ପଣ୍ଡା, ଲଖନପୁରର କମଳ ସିଂ ଦାଉ ଆସିରଗଡ ଜେଲ ଯାଇଥିଲେ।

ବୀର ସୁରେନ୍ଦ୍ର ସାଏ ଆସିରଗଡ ଜେଲରେ ଦୀର୍ଘ ୩୭ ବର୍ଷ ବନ୍ଦୀ ଭାବରେ ରହି ସେହି ଜେଲରେ ମୃତ୍ୟୁବରଣ କରିଥିଲେ। ପ୍ରଧାନମନ୍ତ୍ରୀ ଇତିହାସ ପୃଷ୍ଠାରେ ଅନାଲୋଚିତ ଜନଜାତି ସଂଗ୍ରାମୀଙ୍କ ବୀରଗାଥା ଓ ସାହସକୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେବା ଦିଗରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ସ୍ତରରେ ଦେଖିବା ସହ ପଦକ୍ଷେପ ନେବା ପାଇଁ ମୋହନ ଯାଦବଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ହେଲେ ସଂଗ୍ରାମୀ ମାନଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ଚିଠିରେ ନିବେଦନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.