Below header

ବାଲେଶ୍ଵର: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଅଲ୍ଟୋ କାର, ଅଳ୍ପକେ ବର୍ତ୍ତିଲେ ୨ ଯାତ୍ରୀ

ଜଳେଶ୍ବର (କେନ୍ୟୁଜ୍): ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଅଲ୍ଟୋ କାର । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨ ଯାତ୍ରୀ ।  ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ନଳବାହାର ଛକ ନିକଟରେ  ଜଳେଶ୍ୱର ପଟୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ  ଅଲ୍ଟୋ କାରରେ  ହଠାତ  ନିଆଁ ଲାଗିଯାଇଥିଲା।

କାରରେ ଦୁଇ ଜଣ ଯାତ୍ରୀ  ଥିବା ବେଳେ ସେମାନେ ସୁରକ୍ଷିତ ଅବସ୍ଥାରେ  ଗାଡିରୁ ଓହ୍ଲାଇ ପଡିଛନ୍ତି । ରାସ୍ତା ଉପରେ କାରଟି ଜଳୁଥିବା ଖବର ପାଇ ଘଟଣା ସ୍ଥଳରେ ବସ୍ତା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.