Below header

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ୱର(କେନ୍ୟୁଜ୍) : ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଟକ ଜିଲ୍ଲା ସାଲେପୁର କୁଳିଆ ସ୍ଥିତ ଆରଏମ୍‌ସି ପଡ଼ିଆରେ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ଅମିତ ଶାହା। ୪ଟି ଲୋକସଭା କ୍ଷେତ୍ର କଟକ, ଯାଜପୁର, ଜଗତସିଂପୁର ଓ କେନ୍ଦ୍ରାପଡ଼ା ବୁଥ୍‌ ସଭାପତି, ବୁଥ୍‌ ପ୍ରଭାରୀ, ମଣ୍ଡଳ ସଭାପତି ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି ଅମିତ ଶାହ । ଏହି ୪ଟି ଯାକ ଲୋକସଭା କ୍ଷେତ୍ର ବିଜେଡିର ଗଡ଼ । ସେଠାରେ ବିଜେପିର କେହି ବିଧାୟକ କିମ୍ବା ସାଂସଦ ନାହାନ୍ତି । ତେଣୁ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ କିଭଳି ବିଜେପି ଭଲ ପ୍ରଦର୍ଶନ କରିବ ସେନେଇ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ଅମିତ ଶାହ । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏହି ୪ଟି ଯାକ ନିର୍ବାଚନ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଥିଲା । ପରବର୍ତ୍ତୀ ସମୟରେ ଅନ୍ୟ ସଂସଦୀୟ କ୍ଷେତ୍ରରେ ବି କାର‌୍ୟ୍ୟକର୍ତ୍ତା ସମ୍ମିଳନୀ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.