କାଦର ଖାନ ଏବଂ ମନୋଜ ବାଜପେୟୀଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର, ଆହୁରି କଳାକାର ମଧ୍ୟ ଅଛନ୍ତି ସାମିଲ

ମୁମ୍ବାଇ : ବଲିଉଡର ଦୁଇ ବିଶିଷ୍ଟ କଳାକାର ମନୋଜ ପାଜପେୟୀ ଏବଂ କାଦର ଖାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଦୁଇ ଅଭିନେତା ନିଜର ଭିନ୍ନ ଏବଂ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଜଣାଶୁଣା।

ଲେଖକ ତଥା ଅଭିନେତା କାଦର ଖାନଙ୍କ ଦେହାନ୍ତକୁ ମାସେ ପୁରିନଥିବା ବେଳେ ଭାରତ ସରକାରଙ୍କ ତରଫରୁ ମିଳିଥିବା ଏହି ସମ୍ମାନ ପାଇଁ ତାଙ୍କ ପୁଅ ସର୍ପରାଜ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାଦର ଖାନ ବଲିଉଡକୁ ନିଜର ୪୪ ବର୍ଷ ଦେଇଥିବା ବେଳେ ପ୍ରାୟ ୨୦୦ଟି ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ବଲିଉଡ ପ୍ରତି ଅବଦାନ ସବୁବେଳେ ସ୍ମରଣୀୟ ରହିବ।

actor

ସେହିଭଳି ସରକାର ମନୋଜ ବାଜପେୟୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ମନୋଜ ନିଜର ଅଭିନୟର ଜଲୱା ଉଦ୍ଭୟ ନୟକ ଏବଂ ଖଳନାୟକ ଭାବେ ଦେଖାଇଛନ୍ତି। ଖାଲି ମନୋଜ ଏବଂ କାଦର ଖାନ ନୁହଁ ଅନ୍ୟାନ କଳାକାରଙ୍କୁ ମଧ୍ୟ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି କଳାକାରମାନଙ୍କ ମଧ୍ୟରେ ଡ୍ୟାନ୍ସର-ଫିଲ୍ମ ର୍ନିର୍ମାତା ପ୍ରଭୁବେଦା ଏବଂ ଗାୟକ ମ୍ୟୁଜିସିଆନ୍ ଶଙ୍କର ମହାଦେବନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଦେବାର ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.