Below header

ଦେଶ ପାଇଁ ୧୭ ବର୍ଷ ସେବା କରିଥିବା ସେନା କର୍ମଚାରୀ ଏବେ ସରପଞ୍ଚ ପ୍ରାର୍ଥୀ

ବଲାଙ୍ଗିର(କେନ୍ଯୁଜ୍): ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଶ୍ରେଣୀର ଲୋକ ରାଜନୀତିକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ରୋଚକ ହେଉଛି ପଞ୍ଚାୟତ ରାଜନୀତି । ଏହି ପରିପ୍ରେକ୍ଷିରେ ମୈଦାନକୁ ଓହ୍ଲାଇଛନ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ ଯୁବରାଜ ମାଝି ।

ଦେଶ ପାଇଁ ୧୭ ବର୍ଷ ସେବା କରିଥିବା ଯୁବରାଜ ଏବେ ଗାଁ ପାଇଁ କିଛି କରିବା ଆଶାରେ ସରପଞ୍ଚ ପ୍ରାର୍ଥୀ ଭାବେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତରେ ଅବତିର୍ଣ୍ଣ ହୋଇଛନ୍ତି । ଜନ୍ମ ମାଟି ପାଇଁ ଏବେ କାମ କରିବାର ସମୟ ଆସିଛି ବୋଲି କୁହନ୍ତି ଯୁବରାଜ । ଅଞ୍ଚଳର ବିକାଶ ସହ ସରକାରଙ୍କ ବିଭିନ୍ନ ଯୋଜନା ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ । ଏମିତି କହି ସେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.