NLC India Recruitment 2022: ଖାଲିପଡିଛି ୫୫୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। NLC ଇଣ୍ଡିଆ ଲିମିଟେଡ୍‌ ତରଫରୁ ୫୫୦ ଆପରଣ୍ଟିସ ପଦବୀ ଖାଲି ପଡିଛି। ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ nlcindia.inକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଆବେଦନ କରିବାର ଶେଷ ତାରିଖ ୧୦ ଫେବୃଆରୀ ୨୦୨୨ ରହିଛି। ଅଧିକ ଜାଣିବା ପାଇଁ ଜାରି ହୋଇଥିବା ନୋଟିଫିକେସନ ପଢିପାରିବେ।

ପଦବୀ ବିବରଣୀ: ୫୫୦

ଗ୍ରାଜୁଏଟ ଆପରଣ୍ଟିସ: ୨୫୦

ଟେକ୍ନିସିଆନ(ଡିପ୍ଲୋମା)ଆପରଣ୍ଟିସ: ୩୦୦

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୦ ଫେବୃଆରୀ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା: NLC ଇଣ୍ଡିଆରେ ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ନୋଟିଫିକେସନ ନିଶ୍ଚିତ ଦେଖନ୍ତୁ। ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି।

ବୟସ ସୀମା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଧାର୍ଯ୍ୟ କରାଯାଇଛି।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଏବଂ ଅଭିଜ୍ଞତା ଆଧାରରେ କରାଯିବ।

ଏମିତି କରନ୍ତୁ ଆବେଦନ:

ପ୍ରଥମେ NLC ଇଣ୍ଡିଆର ଅଫିସିଆଲ େଓ୍ଵବସାଇଟnlcindia.inକୁ ଯାଆନ୍ତୁ।

ତା’ ପରେ ହୋମପେଜରେ ଥିବା career ଟାବ୍‌କୁ ଯାଆନ୍ତୁ।

ଏଠାରେ ଏକ ନୂଆ ପେଜ ଖୋଲିବ, ସେଠାରେ ଥିବା Trainees and Apprentices’ ଲିଙ୍କ ଉପରେ କ୍ଲିକ କରନ୍ତୁ।

ତା’ ପରେ କ୍ଲିକ ଅନ୍‌ ଆପ୍ଲାଏ ଅନଲାଇନ ‘Engagement of Graduate and Technician Apprentices କରିବା ପରେ ଆବେଦନକାରୀ ସିଧାସଳଖ ଲିଙ୍କ ଉପରେ କ୍ଲିକ କରି ରେଜିଷ୍ଟ୍ରେସନ କରିପାରିବେ।

ରେଜିଷ୍ଟ୍ରେସନ ଫର୍ମର ପ୍ରିଣ୍ଟଆଉଟ୍‌ କରିବା ପରେ ସାଇନ କରି ନିମ୍ନଲିଖିତ ଠିକଣାରେ ପଠାଇବାକୁ ଅନୁରୋଧ।

ଠିକଣା:

General Manager, Learning & Development Centre, NLC India Limited, Block: 20. Neyveli – 607 803
ଠିକଣାକୁ ସବୁଦସ୍ତାବିଜ ପଠାଇବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ସନ୍ଧ୍ୟା ୫ଟା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.nlcindia.in/new_website/index.htm

https://www.nlcindia.in/new_website/careers/GAT-TAT%20Online%20notification.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.