Below header

ଡିଉଟି ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଜଣେ କର୍ତ୍ତବ୍ୟରତ କନେଷ୍ଟବଳ

ଭଦ୍ରକ(କେ ନ୍ୟୁଜ): ଭଦ୍ରକ ବାସୁଦେବପୁର କୋର୍ଟରୁ ନିଜ ଡିଉଟି ସାରି ଭଦ୍ରକ ଫେରୁଥିବା ବେଳେ ଜଣେ କର୍ତ୍ତବ୍ୟରତ କନେଷ୍ଟବଳଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ କନେଷ୍ଟବଳ ଜଣଙ୍କ ନାମ ହେଲା ନୀଳମାଧଵ ରାଉତ ବୋଲି ଜଣାଯାଇଛି । ସେ ଗତକାଲି ନିଜ ଡିଉଟି ସାରି ମୋଟର ସାଇକେଲ ଯୋଗେ ଭଦ୍ରକ ଫେରୁ ଥିଲା ବେଳେ ଭଦ୍ରକ – ଚାନ୍ଦବାଲି ରାସ୍ତାର ବାରିକ ଛକ ଠାରେ ତାଙ୍କ ବାଇକ ଓ ଏକ କାର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ କନେଷ୍ଟବଳ ନୀଳମାଧଵ ରାଉତ ଗୁରୁତର ହୋଇ ପଡ଼ିଥିଲେ ।

ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ କଟକ ପଠାଇ ଦିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ମରଶରୀର ଭଦ୍ରକ ଆସିବା ପରେ ପୋଲିସ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଙ୍କ ଶେଷକୃତ୍ୟ ଜନ୍ମ ମାଟି ବୋଡ଼କ ପଂଚାୟତ ଓରାଳୀ ଠାରେ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.