ଖରାଦିନେ ସେବନ କରନ୍ତୁ ପୁଦିନା, ଶରୀରକୁ ଥଣ୍ଡା ରଖିବା ସହ ଦେଇଥାଏ ଏହି ୮ଟି ଫାଇଦା

ପୁଦିନାକୁ ଆୟୁର୍ବେଦରେ ବହୁତ ପ୍ରଭାବଶାଳୀ ବୋଲି ଗଣାଯାଏ। ଏଥିରେ ସ୍ୱାଦ, ସୌନ୍ଦର୍ଯ୍ୟ ଓ ସୁଗନ୍ଧର ବହୁତ ଭଲ ସଙ୍ଗମ ରହିଛି। ପୁଦିନା ବିଷୟରେ କୁହାଯାଏ କି, ଏହା ୧୨ ମାସ ମଧ୍ୟରେ ଯେତେବେଳେ ବି ବ୍ୟବହାର କରାଯାଇ ପାରିବ। ଏହା ସବୁବେଳେ ସୁଗନ୍ଧ ଭରା ରହିଥାଏ। ପୁଦିନା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ।

୧. ଏହା ମୁଖ ଦୁର୍ଗନ୍ଧକୁ ଦୂର କରିଥାଏ। ଏକ ଗ୍ଲାସ ପାଣିରେ ପୁଦିନାର ୪-୫ଟି ପତ୍ର ସିଝାଇ ସେହି ପାଣିକୁ ଥଣ୍ଡା କରି ନିଅନ୍ତୁ। ଏଥିରେ କୁଳୁକୁଚା କରନ୍ତୁ।

୨. ୨-୪ଟି ପୁଦିନା ପତ୍ର ନେଇ ଦାନ୍ତରେ ଚୋବାନ୍ତୁ। ଏହାଦ୍ୱାରା ଦାନ୍ତ ଯନ୍ତ୍ରଣା, ମାଢିରୁ ରକ୍ତ ବାହାରିବା ବନ୍ଦ ହୋଇଯିବ।

୩. ପୁଦିନା ପତ୍ରକୁ ପେଶି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଉକ୍ତ ପେଷ୍ଟକୁ ପାଣିରେ ପକାଇ ଚେହେରାରେ ବାମ୍ଫ ନିଅନ୍ତୁ। ଏହାଦ୍ୱାରା ଚର୍ମ କୁଞ୍ଚନ ଦୂର ହୋଇଯିବ।

୪. ଯଦି ଆପଣଙ୍କ ପେଟରେ ଗ୍ୟାସ ସମସ୍ୟା ରହୁଛି, ତା’ହେଲେ ପୁଦିନା ଚା’ ପିଅନ୍ତୁ।

୫. ଯଦି ଆପଣଙ୍କୁ ଥକ୍କାପଣ ଅନୁଭବ ହେଉଛି, ତେବେ ପାଣିରେ ପୁଦିନା ତେଲ ପକାଇ ସେଥିରେ ଗୋଡ଼ ବୁଡାଇ ରଖନ୍ତୁ। ଜଲଦି ଆପଣଙ୍କୁ ଆରାମ ମିଳିବ।

୬. ପୁଦିନା ରସକୁ ମହୁ ସହିତ ମିଶାଇ ଚାଟିବା ଦ୍ୱାରା ହାକୁଟି ସମସ୍ୟା ଦୂର ହୋଇଥାଏ।

୭. ପୁଦିନା ଚା’ରେ ୨ ଚୁଟକି ଲୁଣ ମିଶାଇ ପିଅନ୍ତୁ। ଆପଣଙ୍କୁ କାଶ ସମସ୍ୟାରୁ ଜଲଦି ଛୁଟକାରା ମିଳିବ।

୮. ଯଦି ଆପଣଙ୍କ ପେଟ ଯନ୍ତ୍ରଣା ହେଉଛି, ତା’ହେଲେ ଅଦା ଓ ପୁଦିନା ରସରେ ଅଳ୍ପ କଳା ଲୁଣ ପକାଇ ଦିନକୁ ୨-୪ ଥର ସେବନ କଲେ ପେଟ ଯନ୍ତ୍ରଣାରୁ ଛୁଟକାରା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.