୨.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ସବୁଠୁ ଶସ୍ତା କାର ଉପରେ ରହିଛି ଜବରଦସ୍ତ ଡିସକାଉଣ୍ଟ ଅଫର, ଜାଣନ୍ତୁ

ଭାରତୀୟ ବଜାରରେ ହାଚବ୍ୟାକ କାର୍ ର ଡିମାଣ୍ଡ ଖୁବ ଅଧିକ । କମ ଦାମରେ ଭଲ ମାଇଲେଜ ଦେବା ସହ ଲୋ ମେଣ୍ଟେନାସ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ । ପ୍ରଥମ ଗ୍ରାହକ ସର୍ବଦା ଛୋଟ ଗାଡିକୁ ପସନ୍ଦ କରିଥାନ୍ତି । ଯଦି ଆପଣ ମଧ୍ୟ ପ୍ରଥମ ଥର ଭାବେ ଗାଡି କିଣିବାକୁ ଯାଉଛନ୍ତି , ତେବେ ଏହା ଆପଣଙ୍କ ପାଇଁ ସବୁଠୁ ଭଲ ସୁଯୋଗ ।

କମ ଦାମରେ ହାଚବ୍ୟାକ କାର କିଣିବାକୁ ଭାବୁଥିଲେ ତେବେ ଏହି ସୁଯୋଗର ଫାଇଦା ଉଠାନ୍ତୁ । ଏହି ମାସରେ ମାରୁତି ଠୁ ଆରମ୍ଭ କରି ହୁଣ୍ଡାଇ ପର୍ଯ୍ୟନ୍ତ ଅନେକ କମ୍ପାନୀ ନିଜ ଛୋଟ କାର ଉପରେ ଡିସକାଉଣ୍ଟ ଅଫର ରହିଛି । ତେବେ ଚାଲନ୍ତୁ ଜାଣିବା ଏହାର ଦାମ ସଂପର୍କରେ ।

ମାରୁତି ଅଲ୍ଟୋ :

ମାରୁତି ସୁଜୁକି ନିଜର ସବୁଠୁ ଶସ୍ତା କାର ମାର୍କେଟକୁ ପ୍ରବେଶ କରାଇଛି । ଏଥିରେ ୩ ସିଲିଣ୍ଡର ଯୁକ୍ତ ପେଟ୍ରୋଲ ଇଞ୍ଜିନ ରହିଛି । ଯାହା ୪୮ପିଏସ ପାୱାର ସହ ୬୯ଏନଏମର ଟ୍ରାକ ଜେନେରେଟ କରିଥାଏ । ଏହି କାର ଉପରେ ୧୭,୦୦୦ ଟଙ୍କାର କ୍ୟାସ ଡିସକାଉଣ୍ଟ ସହ ୧୫,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍ ରହିଛି । ଏହାର ଦାମ ୨.୯୯ ଲକ୍ଷରୁ ଆରମ୍ଭ ହୋଇ ୪.୬୦ ଲକ୍ଷ ପର୍ଯ୍ୟନ୍ତ ରହିଛି । ଏହା ପ୍ରତି ଲିଟରକୁ ୨୨ କିଲୋମିଟର ଯିବାର କ୍ଷମତା ରଖିଛି ।

ହୁଣ୍ଡାଇ ସାଣ୍ଟ୍ରୋ:

ହୁଣ୍ଡାଇ ତରଫରୁ ଏବେ ସବୁଠୁ ଶସ୍ତା କାର ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ଭାରି ଅଫର ମଧ୍ୟ ରହିଛି । ଏହାକୁ କିଣିବା ଦ୍ୱାରା ଆପଣ ପୁରା ୩୫,୦୦୦ ଟଙ୍କା ବଞ୍ଚାଇ ପାରିବେ । ଏଥିରେ ୧.୧ ଲିଟରର ପେଟ୍ରୋଲ ଇଞ୍ଜିନ କ୍ଷମତା ରହିଛି । ଏହାର ଦାମ ୪.୭୩ ଲକ୍ଷରୁ ଆରମ୍ଭ ହୋଇ ୬.୪୧ ଲକ୍ଷ ପର୍ଯ୍ୟନ୍ତ ରହିଛି । ଏହା ପ୍ରତି ଲିଟରକୁ ୨୦ କିଲୋମିଟର ଯିବ ।

ରେନାୱଲ୍ଟ କ୍ୱିଡ:

ଏହି କାର ୦.୮ ଲିଟର ଓ ୧.୦ ଲିଟର କ୍ଷମତା ଅନୁଯାୟୀ ପେଟ୍ରୋଲ ଇଞ୍ଜିନ ରହିଛି । ଏହାର ଦାମ ୩.୧୮ ଲକ୍ଷରୁ ଆରମ୍ଭ ହୋଇ ୫.୩୯ ଲକ୍ଷ ପର୍ଯ୍ୟନ୍ତ ରହିଛି । ଏହା ୨୦ ରୁ ୨୨ କିଲୋମିଟର ପର୍ଯ୍ୟନ୍ତ ପ୍ରତି ଲିଟରକୁ ଯିବାର କ୍ଷମତା ରଖିଛି । ଏଥିରେ ୨୦ ହଜାର ଟଙ୍କାର କ୍ୟାସ ଡିସକାଉଣ୍ଟ ଅଫର ରହିବା ସହ ୨୦ ହଜାର ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.