Below header

କରୋନା ସମୟରେ ରୋଗୀଙ୍କୁ ଖାଦ୍ୟ ଯୋଗାଉଛନ୍ତି କୁଚିଣ୍ଡା ଶ୍ୟାମମଣ୍ଡଳୀର ଯୁବ ଗୋଷ୍ଠୀ

କୁଚିଣ୍ଡା(କେ ନ୍ୟୁଜ): କରୋନା ସଂକ୍ରମଣଙ୍କ ସଂଖ୍ଯା ରାଜ୍ଯରେ ଦୃତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ଯ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ସଟଡାଉନ ହୋଇଯିବାରୁ ବାହାର ଅଚଂଳର ରୋଗୀମାନେ କୁଚିଣ୍ଡାକୁ ଚିକିତ୍ସା ପାଇଁ ଆସୁଛନ୍ତି । ଦୋକାନ ବଜାର ବନ୍ଦ ହୋଇଯିବା ଯୋଗୁଁ ରୋଗୀମାନେ ତଥା ଗରିବ ଲୋକେ ଖାଇବାକୁ ପାଉନାହାଁନ୍ତି । ଏପରି ସ୍ଥିତିରେ ସାହାଯ୍ୟର ହାତ ବଢ଼ାଇଛନ୍ତି କୁଚିଣ୍ଡା ଶ୍ୟାମ ମଣ୍ଡଳୀର କିଛି ଯୁବ ଗୋଷ୍ଠୀ ।

ଏହି ଯୁବକ ମାନେ ଏକ ମହାନତାର ପରିଚୟ ଦେଇ ନିଜେ ରୋଷେଇ କରି ରନ୍ଧା ଖାଦ୍ଯ ପୁଡିଆ ଧରି ବାହାରୁ ଆସୁଥିବା ରୋଗୀ ଏବଂ ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ଯ ବାଣ୍ଟୁଛନ୍ତି । ଏପରି ଏକ ଦୁଃସ୍ଥିତି ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବା ଆମ କର୍ତ୍ତବ୍ୟ ବୋଲି କହିଛନ୍ତି ଯୁବଗୋଷ୍ଠୀର ଜଣେ କାର୍ଯ୍ୟକର୍ତ୍ତା । ଶ୍ୟାମମଣ୍ଡଳୀର ଯୁବକ ମାନଙ୍କ ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଅଚଂଳରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.