ସୋହା ଅଲ୍ଲୀ ଖାନ ଓ ମାଆ ଶର୍ମିଲା ଟାଗୋର ନିଲାମ କରୁଛନ୍ତି ନିଜ ବ୍ୟକ୍ତିଗତ ଜିନିଷ, ଜାଣନ୍ତୁ କ’ଣ ରହିଛି କାରଣ

ବଲିଉଡ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ନିଜ ମାଆ ଶର୍ମିଲା ଟାଗୋରଙ୍କ ସହ ମିଶି ଏକ ଖାସ ଉଦ୍ଦେଶ୍ୟରେ ଚ୍ୟାରିଟି କରିବାକୁ ଯାଉଛନ୍ତି। ଏହି ଚ୍ୟାରିଟି ଜରିଆରେ ପଶୁ କଲ୍ୟାଣ ସହିତ ପରିବେଶ ସୁରକ୍ଷା ପାଇଁ ପଇସା ଏକଜୁଟ କରାଯାଉଛି। ମଦର୍ସ ଡେ’ ଅବସରରେ ମାଆ, ଝିଅର ଏହି ଯୋଡ଼ି ନିଜର କିଛି ଖାସ ଜିନିଷ ନିଲାମ କରିବେ।

ସୋହା କହିଛନ୍ତି, ‘ଗତବର୍ଷ ମୁଁ ଜାଣି ପାରିଲି କି, ହୃଦୟର ନିକଟତର ଲୋକଙ୍କର କିପରି ଧ୍ୟାନ ରଖିବା ଉଚିତ। ଆମେ ଆମ ଆଖପାଖ ଲୋକଙ୍କର ଖାସ ଧ୍ୟାନ ରଖିବା ପାଇଁ ଖାସ ବନ୍ଦୋବସ୍ତ କରିବା ଦରକାର। ମୁଁ ଓ ମାଆ ନିଜର କିଛି ଖାସ ଜିନିଷ ନିଲାମ କରିବୁ ଏବଂ ଏଥିରୁ ଆସିବାକୁ ଥିବା ପଇସାକୁ ଆମେ ଦାନ କରିବୁ, ଯେପରି ସେହି ଲୋକମାନଙ୍କୁ ସହାୟତା ମିଳିପାରିବ। ଏହି କାମରେ ଏକ ଏଜେନ୍ସି ମଧ୍ୟ ଆମକୁ ସାହାଯ୍ୟ କରୁଛି, ଯାହାକି ମହାମାରୀ ସମୟରେ ପଶୁ କଲ୍ୟାଣ ପାଇଁ ଆମର ସହାୟତା କରିବ’।

ରିପୋର୍ଟ ମୁତାବକ, ସୋହା ଓ ଶର୍ମିଲା କକଟେଲ ଡ୍ରେସ, ପଶିମନା, ଅରମାନୀ ଓ ଟି-ଶାର୍ଟ ସହ କେତେକ ବ୍ୟକ୍ତିଗତ ଜିନିଷ ନିଲାମ କରିବେ।

 

View this post on Instagram

 

A post shared by Soha (@sakpataudi)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.