ଏକୁଟିଆ ଥିବା ବରିଷ୍ଠ ନାଗରିକଙ୍କ ଘରେ ଔଷଧ ପହଞ୍ଚାଇ ଦେଉଛି ଯାଜପୁର ପୋଲିସ୍‌

ଯାଜପୁର ଟାଉନ୍‌ (କେ କ୍ୟୁଜ୍‌) : ଘରେ ଏକୁଟିଆ ଅଛନ୍ତି କି ଆଉ କିଛି ଔଷଧ ଦରକାର କରୁଛନ୍ତି କି? ତେବେ ଚିନ୍ତା କରନ୍ତୁ ନାହିଁ ପୋଲିସ ଆପଣଙ୍କ ଘରେ ପହଞ୍ଚାଇ ଦେବ ଔଷଧ। ଏଭଳି ଏକ ଲୋକାଭିମୁଖୀ ଏବଂ ଜନହିତକର ସେବା ଆରମ୍ଭ କରିଛି ଯାଜପୁର ଜିଲ୍ଲା ପୋଲିସ ।

ଜିଲ୍ଲାର ଯାଜପୁର ଓ ବ୍ୟାସନଗର ସହରରେ ଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ସେବା ଆଜି ଠାରୁ ଆରମ୍ଭ କରାଯାଇଛି। ଉଭୟ ଥାନା ଅଂଚଳ ପାଇଁ ଅଲଗା ଅଲଗା ନମ୍ବର ଦିଆଯାଇଛି । ସେହି ନମ୍ବରରେ କଲ୍‌ କଲେ ପୋଲିସ ଔଷଧ ଆଣି ଘରେ ପହଞ୍ଚାଇ ଦେବା ସହ ଏ ବାବଦ ଟଙ୍କା ନେଇଛନ୍ତି ।

SR-2

ଯାଜପୁର ଏସ୍‌ପି ରାହୁଲ ପି.ଆରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉଭୟ ଥାନା ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ବେଶ ଖୁସିବ୍ୟକ୍ତ କରିଛନ୍ତି । ବିଶେଷ କରି ଏକାକୀ ରହୁଥିବା ବରିଷ୍ଠ ନାଗରିକମାନେ ଏହାକୁ ସ୍ୱାଗତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.