Below header

କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ତିନି ଜଣ ଆହତ

ବାଲେଶ୍ୱର (କେନ୍ୟୁଜ୍‌) ନୀଳଗିରି-ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ପୋଡାଶୂଳ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ମଲିଆଣି ପଟରୁ ଆସୁଥିବା ଏକ ଟ୍ରାକ୍ଟର ଅଚାନକ କେନ୍ଦ୍ରମନ୍ତ୍ରୀ ବସିଥିବା ଇନୋଭା ଗାଡିକୁ ଧକ୍କା ଦେଇଥିଲା । ଡ୍ରାଇଭର ଯେତେ ଚେଷ୍ଟା କଲେ ମଧ୍ୟ ଦୁର୍ଘଟଣାକୁ ଏଡ଼ାଇ ପାରି ନଥିଲେ ।

PRATAP-2

ଏହି ଦୁର୍ଘଟଣାରେ କେନ୍ଦ୍ର ମ୍ନତ୍ରୀଙ୍କ ସମେତ ତାଙ୍କ ପିଏ. ଡ୍ରାଇଭର, ପିଏସଓ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି। ସୂଚନାଯୋଗ୍ୟ ମନ୍ତ୍ରୀଙ୍କ ସହ ପାଇଲଟ ଗାଡି ନଥିଲା । ସେ କେସିପୁର ପଞ୍ଚାୟତ ବଢ଼େଇପଲା ଗାଁକୁ ଗୋଟିଏ ପରିବାରକୁ ସହାୟତା ଦେବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.