Below header

ଭୁବନେଶ୍ବର ପୁନମା ଗେଟ୍ ନିକଟରେ ରେଳ ଧାରଣା ପାର୍ ହେଉଥିବା ସମୟରେ ଅଘଟଣ, ଟ୍ରେନ୍ ଧକ୍କାରେ ଅଜଣା ବ୍ଯକ୍ତିଙ୍କ ମୃତ୍ଯୁ

ଭୁବନେଶ୍ବର: ଗତକାଲି ପୁରୁଣା ଭୁବନେଶ୍ୱର, ପୁନମା ଗେଟ ନିକଟରେ ଘଟିଯାଇଛି ଏକ ଅଘଟଣ। ଅସାବଧନତା ବଶତଃ ଚାଲିଯାଇଛି ଜଣଙ୍କ ଜୀବନ । ସୂଚନା ମୁତାବକ, ଏକ ଅଚିନ୍ନା ବ୍ଯକ୍ତି ସାଇକେଲ ନେଇ ରେଳ ଧାରଣା ପାର୍ ହେଉଥିବା ସମୟରେ ଟ୍ରେନ୍ ଧକ୍କାରେ ମୃତ୍ଯୁବରଣ କରିଛନ୍ତି।

ତେବେ ଏଯାଏ ତାଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଟିକୁ ଉଦ୍ଧାର କରିବା ସହିତ କ୍ଯାପିଟାଲ୍ ହସ୍ପିଟାଲ୍ ଶବ ସଂରକ୍ଷଣ ଗୃହରେ ରଖିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.