ଯାଜପୁର: ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ସହିତ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ସ୍କୁଲ ଓ କଲେଜ ସହ ଚୁକ୍ତିନାମା ସ୍ୱାକ୍ଷର

ଯାଜପୁର ଟାଉନ୍: ସ୍କୁଲ ଓ କଲେଜ ସହ ଚୁକ୍ତିନାମା ସ୍ୱାକ୍ଷର । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହ ତାଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଏନେଇ ଯାଜପୁର ମ୍ୟୁନିସିପାଲିଟି ହାଇସ୍କୁଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଏବଂ ଭେଙ୍କଟେଶ୍ୱର ଇଂରାଜୀ ସ୍କୁଲ ସହ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ।

ଜିଲ୍ଲା ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ମୁନିସିପାଲିଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ, ଦକ୍ଷତା ବୃଦ୍ଧି, ଉନ୍ନତ ଜ୍ଞାନ କୌଶଳର ସରଞ୍ଜାମ ଯୋଗାଇ ଦିଆଯିବା ନେଇ ଚୁକ୍ତି ପତ୍ରରେ ଉଲ୍ଲେଖ ରହିଛି । ସ୍କୁଲ ଓ କଲେଜ ଅଧ୍ୟାପକଙ୍କ ଦ୍ୱାରା ଏହି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.