ବର୍ବରତାର ଶେଷ ସୀମା: ନୌସେନା ଅଧିକାରୀଙ୍କୁ ଅପହରଣ କରିନେଲେ, ଦାବି କରିଥିବା ପଇସା ନ ମିଳିବାରୁ ଜୀଅନ୍ତା ଜାଳିଦେଲେ

ସମଗ୍ର ବିଶ୍ବ ବୈଷଞିକ ଜ୍ଞାନକୌଶଳରେ ଆଗଉଛି, ସେତିକି ଅପରାଧ ମଧ୍ୟ ବଢିବଢି ଚାଲିଛି। ଏମିତି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି। ଏଠାରେ ଜଣେ ନୌସେନା ଅଧିକାରୀଙ୍କୁ ଅପହରଣ କରିନେଇ ଦାବି କରିଥିବା ପଇସା ନ ମିଳିବାରୁ ପୋଡ଼ି ମାରିଦେଇଛନ୍ତି ଦୁର୍ବୃତ୍ତ। ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଏତେ ଗୁଡ଼ାଏ ଟଙ୍କା ଦେବାକୁ ଘର ଲୋକ ଅସମର୍ଥ ହେବାରୁ ଦୁର୍ବୃତ୍ତ ସମ୍ପୃକ୍ତ ନୌସେନା ଅଧିକାରୀ ଜୀଅନ୍ତା ଜାଳି ମାରିଦେଇଛନ୍ତି।

ଏହି ଘଟଣା ମହାରାଷ୍ଟ୍ରର ପାଲଘରରେ ଘଟିଥିବା କୁହାଯାଉଛି। ମୃତକ ନୌସେନା ଅଧିକାରୀ ସୁରଜ କୁମାର (୨୭)ଙ୍କ ଘର ଝାଡ଼ଖଣ୍ଡର ରାଞ୍ଚିରେ। ସେ ତାମିଲନାଡୁର ଆଇଏନଏସ୍ କୋଏମ୍ବାଟୁରରେ କାର୍ଯ୍ୟରତ ଥିଲେ। ଦୁର୍ବୃତ୍ତ ତାଙ୍କୁ ଚେନ୍ନାଇ ଏୟାରପୋର୍ଟ ନିକଟରୁ ଅପହରଣ କରିଥିଲେ। ତାପରେ ତାଙ୍କୁ ପାଲଘରର ବେବାଜୀ ଜଙ୍ଗଲକୁ ନେଇଯାଇଥିଲେ। ନୌସେନା ଅଧିକାରୀଙ୍କୁ ଛାଡ଼ିବା ବଦଳରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ।

naval
photo credit: bharat live news

ପୋଲିସ ଅନୁସାରେ, ପରିବାର ଲୋକେ ଦାବି ପୂରଣ ନକରିବାରୁ ଦୁର୍ବୃତ୍ତ ସୁରଜଙ୍କ ଦେହରେ ନିଆଁ ଲଗାଇଦେଇଥିଲେ। ଏହା ପରେ ତାଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଥିଲେ। ଜଙ୍ଗଲରୁ ଜଳିଯାଇଥବା ଅବସ୍ଥାରେ ସୁରଜଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଆଇଏନଏସ୍ ଅଶ୍ବିନୀକୁ ସ୍ଥାନାନ୍ତର କରାଯାଇଥିଲା। ସବୁ ପ୍ରକାର ପ୍ରଚେଷ୍ଟା ପରେ ମଧ୍ୟ ସୁରଜଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର। ତେବେ ପୋଲିସ ୩ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.