Below header

ଜଣେ ଗର୍ଭବତୀଙ୍କୁ ନେଇ ଓଡିଶା ସହ ଅଘୋଷିତ ଲଢେଇ ଆରମ୍ଭ କରିଦେଇଛି ଆନ୍ଧ୍ର, ପଢନ୍ତୁ କଣ ସେହି ଲଢେଇ

ଗଜପତି(କେନ୍ୟୁଜ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଠାରେ ଆନ୍ଧ୍ର-ଓଡିଶା ମୁହାମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । କେ.ସୀତାପୁର ନିକଟରେ ଥିବା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କତ୍ତରୁ ମଣ୍ଡଳମ୍‌ର ରେଲିଗୁଡା ଗ୍ରାମରୁ ଜଣେ ମହିଳାଙ୍କୁ ପ୍ରସବ ଜନିତ ବେଦନା ଆରମ୍ଭ ହେବାରୁ ତାଙ୍କୁ ଚିକିତ୍ସା କେନ୍ଦ୍ରକୁ ନେବା ବେଳେ କରୋନା ସହ ଲଢେଇ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ନିଜ ସୀମାରେ ରାସ୍ତାଟିକୁ ଖୋଲି ଦେଇଥିବାରୁ ଉକ୍ତ ମହିଳାକୁ ଗ୍ରାମବାସୀ ଝୁଲା କରି ରାସ୍ତା ପାର କରାଇଥିଲେ । ଯାହାକୁ ନେଇ ଆନ୍ଧ୍ରର ଗଣମାଧ୍ୟମ ଓଡିଶା ଚରିତ୍ରକୁ ନକରାତ୍ମକ ଭାବେ ଦିନ ତମାମ ଚିତ୍ରଣ କରିଥିଲେ ।

ସେହି ମହିଳାଙ୍କର କତ୍ତୁରୁ ଆନ୍ଧ୍ର ସରକାରୀ ଚିକିତ୍ସାଳୟରେ ସୁରକ୍ଷିତ ପ୍ରସବ ହୋଇଥିବା ମାଆ ଶିଶୁ ଦୁଇଜଣ ସୁରକ୍ଷିତ ରହିଥିବା ଖବର ଆସିବା ପରେ ମଧ୍ୟ ଆନ୍ଧ୍ର ପ୍ରଶାସନ ଗଜପତି ଜିଲ୍ଲା ପ୍ରଶାସନ ସହ କଥା ହୋଇ କଟା ଯାଇଥିବା ରାସ୍ତାଟିକୁ ପ୍ରୋକିଲନ୍ ସାହାଯ୍ୟରେ ମାଟି ପକାଇ ପୁଣି ଯାତାୟତ ପାଇଁ ସୁବିଧା କରିଥିଲେ । ତେବେ କରୋନା ଯେଉଁ ମାତ୍ରାରେ ପାରଳାଖେମୁଣ୍ଡିର ଆଖପାଖ ଅଂଚଳରେ ଲାଗି ରହିଥିବା ଆନ୍ଧ୍ର ସୀମାରେ ଉତ୍ପାତ ଜାରି ରଖିଛି ତାହା ସହ ଲଢେଇ କରିବା ପାଇଁ ଗଜପତି ପ୍ରଶାସନ ରାସ୍ତାଟି କାଟି ଦେଇଥିବା ବେଳେ ଓଡିଶା ସହ ଲଢେଇ କରିବାକୁ ଆନ୍ଧ୍ରପ୍ରଦେଶ ରାସ୍ତାଟିକୁ ମରାମତି କରିଛି ।

andhra birderତେବେ ଏଠାରେ ପ୍ରଶ୍ନ ଉଠୁଛି ଆନ୍ଧ୍ରପ୍ରଦେଶ ଗଜପତି ଜିଲ୍ଲା ପ୍ରଶାସନ ସହ କଥା ହୋଇ ସହମତି ଭିତ୍ତିରେ ରାସ୍ତାଟିକୁ ମରାମତି କରିଛି କି ? ଯଦି ଗଜପତି ଜିଲ୍ଲା ପ୍ରଶାସନ ଆନ୍ଧ୍ରପ୍ରଦେଶକୁ ସହମତି ଦେଇଛି ରାସ୍ତା ମରାମତି ପାଇଁ ତେବେ ରାସ୍ତାଟିକୁ କାଟୁଥିଲା କାହିଁକି । ତେବେ ଏନେଇ ଗଜପତି ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.