Below header

ରାଜଧାନୀରେ ଆଜି ପୁଣି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରେଣ୍ଟାଇନରୁ ୧୧୮ ଓ  ଲୋକାଲ କେସ ରହଛି ୪୧

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ସାଂଘାତିକ ସ୍ଥିତି। ଆଜି ପୁଣି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାର ସୂଚନା ଦେଇଛି ବିଏମସି। ଏଥିରେ କ୍ବାରେଣ୍ଟାଇନ କେସ ରହିଛି ୧୧୮ ଓ  ଲୋକାଲ କେସ ରହଛି ୪୧। କ୍ବାରେଣ୍ଟାଇନ ଆକ୍ରାନ୍ତଙ୍କ ମଧ୍ୟରେ  ସର୍ବାଧିକ ଆକ୍ରାନ୍ତ  ହୋଇଛନ୍ତି ନୟାପଲ୍ଲୀର ୪୪ ଜଣ, ଆଇଗିଣିଆ ଆଳୁଗଦୀ ଅଞ୍ଚଳର ୨୦ ଜଣ, ଖାରବେଳ ନଗରର ୧୩ ଜଣ। ଏହା ସହିତ ୫ ଜଣ  ସାଲିଆ ସାହିର ଆଦିବାସୀ ଗାଁ। ସହିଦ ନଗରର ୫ ଜଣ, ପଳାଶୁଣୀ ପ୍ରାଚୀ ବିହାରର ଜଣ ଆକ୍ରାନ୍ତ ଅଛନ୍ତି।

ସେହିଭଳି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ଅଛନ୍ତି ସାଲିଆ ସହି ଆଦିବାସୀ ଗାଁର ୭ ଜଣ,ଜୟଦେବ ବିହାର ବାଜପେୟୀ ନଗରର ୩ ଜଣ,ଶୈଳଶ୍ରୀ ବିହାରର ୩ ଜଣ, ଗଙ୍ଗନଗର  ଓୟୂଏଟି ହଷ୍ଟେଲର ୩ ଜଣ, ନୟାପଲ୍ଲୀର ୨ ଜଣ, ପୁରୁଣା  ଭୁବନେଶ୍ବର, ଭିଏସଏସ ନଗର, କଳିଙ୍ଗନଗର, ଜାଗମରା, ନୟାପଲ୍ଲୀ, ଭରତପୁର,ମଞ୍ଚେଶ୍ବର, ଡୁମୁଡୁମା,ଲକ୍ଷ୍ମୀସାଗର ଜାଭିୟର ଛକ ଜୟଦେବ ବିହାର, ନୀଳାଦ୍ରୀ ବିହାର,ଝାରପଡା, ନୟାପଲ୍ଲୀ ନୂଆ ସାହି,ତ୍ରୀନାଥ ନଗର ସତ୍ୟନଗର ଅଞ୍ଚଳର ଜଣେ  ଲେଖାଏଁ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.