Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୬୮୩ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୧୭

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଶନିବାର ରାଜ୍ୟରେ ମୋଟ୍‌ ୧୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରରୁ ପ୍ରକାଶ ପାଇଛି । ସେହିପରି ସୁନ୍ଦରଗଡ଼ରୁ ୧୧୩ ଜଣ, କଟକ ୧୦୪, ବୈାଦ୍ଧ ୯୧, କଳାହାଣ୍ଡି ୮୩, ମୟୁରଭଞ୍ଜ ୮୦, ବାଲେଶ୍ୱର ୭୮, ନୂଆପଡ଼ା ଓ ପୁରୀରୁ ୭୬ ଲେଖାଏଁ, ଅନୁଗୁଳ ୬୪, କୋରାପୁଟ ୬୧ ଓ କେଉଁଝରରୁ ୫୯ ଜଣ ସୁସ୍ଥ ହୋଇଛନ୍ତି ।

 

ସେହିପରି ଜଗତ୍‌ସିଂହପୁରରୁ ୫୫, ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୫୨ ଜଣ ଲେଖାଏଁ, ବଲାଙ୍ଗିର ୪୬, ଭଦ୍ରକ ୪୦, ଯାଜପୁର ଓ ନୟାଗଡ଼ ୩୪ ଜଣ ଲେଖାଏଁ, ମାଲ୍‌କାନ୍‌ଗିରି, ବରଗଡ଼ ଓ ନବରଙ୍ଗପୁରରୁ ୩୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ଏଥିସହ ଝାରସୁଗୁଡାରୁ ୨୭ ଜଣ, ଗଞ୍ଜାମ ୨୬, ସୋନପୁର ୨୩, ସମ୍ବଲପୁର ୨୦, ରାୟଗଡା ୧୪, କନ୍ଧମାଳ ୧୨, ଦେଓଗଡ଼ ଓ ଗଜପତି ୦୭ ଜଣ ଲେଖାଏଁ ଓ ରାଜ୍ୟ ପୁଲ୍‌ରୁ ୩୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୮୬୮୫୭ରେ ପହଞ୍ଚିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.