ନୂଆ ରାଷ୍ଟ୍ରପତି ପାଇଲା ଆମେରିକା,ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଜୋ-ବାଇଡେନ୍ ହେବେ ରଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ):  ନୂଆ ରାଷ୍ଟ୍ରପତି ପାଇଲା ଆମେରିକା । ବାଜି ମାରିଲେ ଜୋ ବାଇଡେନ୍‌ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି । ତାଙ୍କୁ ମିଳିଛି ୨୭୩ ଇଲେକ୍ଟୋରାଲ୍‌ ଭୋଟ୍‌ । ଟ୍ରମ୍ପଙ୍କ ଖାତାରେ ପଡ଼ିଛି ୨୧୪ ଇଲେକ୍ଟୋରାଲ୍‌ ଭୋଟ୍‌ । ପେନସିଲଭାନିଆରେ ଆଗୁଆ ରହିବା ସହ ବାଇଡେନ୍‌ ଏହି ବିଜୟ ହାସଲ କରିଛନ୍ତି ।

ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଲା । ଆମେରିକାରେ ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ୍‌ ଭୋଟ୍‌ ଆବଶ୍ୟକ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.