Below header

ପ୍ରେମିକା ସହ ବିବାହ ଭାଙ୍ଗିବା ପରେ ଯୁବକ କଲେ ଏପରି କାଣ୍ଡ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ପ୍ରେମରେ ଧୋକ୍କା ଖାଇବା ପରେ କେହି ଯୁବକ ଭାଙ୍ଗିପଡ଼ିଥିବା ବେଳେ ଆଉ କେହି ଜୀବନକୁ ସମାପ୍ତ କରିଦେଇଥାନ୍ତି । ହେଲେ ଏମିତି ଜଣେ ଯୁବକ ଯିଏ ନିଜର ପ୍ରେମିକାଙ୍କ ସହ ବ୍ରେକ୍‌ ଅପ୍‌ ହେବା ପରେ ନିଜକୁ ନିଜେ ବିବାହ ହୋଇ ପଡ଼ିଛନ୍ତି । ତାଙ୍କର ବିବାହ ଫଟୋ ସୋସିଆଲ୍‌ ମଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଏମିତି ଘଟଣା ଘଟିଛି ବ୍ରାଜିଲ୍‌ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହିତ । ଯିଏ ନିଜର ପ୍ରେମିକାଙ୍କ ସହ ବ୍ରେକ୍‌ ଅପ୍‌ ପରେ ଦୁଃଖି ହେବା ବଦଳରେ ନିଜକୁ ନିଜେ ବିବାହ କରିଛନ୍ତି । ବିବାହ ପାଇଁ କରିଥିବା ସମସ୍ତ ଆୟୋଜନକୁ ବାତିଲ୍‌ ନକରି ବିନା କନ୍ୟାରେ ବିବାହ ଯଥା ରୀତି ପାଳନ କରିଛନ୍ତି । ତାଙ୍କର ଏହି ବିବାହ ଫଟୋ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

marry-1

ସୂଚନାନୁସାରେ, ବ୍ରାଜିଲର ଏହି ବ୍ୟକ୍ତ ଜଣକ ହେଲେ ଡାକ୍ତର ଡିଆଗୋ ରବେଲୋ । ଗତବର୍ଷ ପ୍ରେମିକା ବିଟୋର ବ୍ୟୁନୋଙ୍କ ସହ ରବେଲୋଙ୍କ ନିର୍ବନ୍ଧ ହୋଇଥିଲା । ୨୦୨୦ ସେପ୍ଟେମ୍ବରରେ ତାଙ୍କର ବିବାହ ହୋଇଥାନ୍ତା । ହେଲେ ବିବାହ ପୂର୍ବରୁ ତାଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା । ବିନା କନ୍ୟାରେ ତ ବିବାହ ଅସମ୍ଭବ । ହେଲେ ସେ ଦୁଃଖିତ ହୋଇ ନଥିଲେ । ବିବାହ ପାଇଁ ବରାଦ ହୋଇଥିବା କୈାଣସି ପାର୍ଟିକୁ ସେ ଖାରଜ କରିନଥିଲେ । ଯୋଜନା ମୁତାବକ ସବୁ ଠିକ୍‌ ଠାକ୍‌ ଚାଲିଥିଲା । ହେଲେ ବ୍ୟତିକ୍ରମ ଥିଲା ଏତିକି ଯେ କନ୍ୟା ବଦଳରେ ସେ ନିଜେ ନିଜକୁ ବିବାହ କରିଥିଲେ ।

marry-2

ଡାକ୍ତର ଗତ ଅକ୍ଟୋବର ୧୭ ତାରିଖରେ ଏକ ବିଳାସପୂର୍ଣ୍ଣ ରିସୋର୍ଟ ବୁକିଂ କରିଥିଲେ । ଏଠାରେ ବିବାହ ପାର୍ଟିର ଆୟୋଜନ କରାଯାଇଥିଲା । ଡାକ୍ତର ନିଜେ ନିଜକୁ ବିବାହ କରିଥିଲେ । ବିବାହ ବେଳେ କହିଥିଲେ ‘ଆଜି ମୋ ଜୀବନର ସବୁଠୁ ଖୁସି ଦିନ କାରଣ ମୋ ସହିତ ମୋର ସବୁଠୁ ପ୍ରିୟ ଲୋକ ଅଛନ୍ତି ।’

ଡାକ୍ତର ତାଙ୍କର ପ୍ରେମିକାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପ୍ରେମିକାଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି ‘ ମୁଁ ଆପଣଙ୍କୁ ସମ୍ମାନ କରେ । ମୁଁ ଚାହେଁ ଯେ ଆପଣ ଯାହା ଚାହୁଁଛନ୍ତି ତାହା ପାଆନ୍ତୁ ଓ ଯୁଆଡେ ଯିବାକୁ ଚାହୁଁଛନ୍ତି ସେଥିପାଇଁ ସ୍ୱତନ୍ତ୍ର ।’ ସାଧାରଣତଃ ବ୍ରେକ୍‌ ଅପ୍‌ ପରେ ଅଧିକାଂଶ ଡିପ୍ରେସନରେ ରହିଥାନ୍ତି । ହେଲେ ଡାକ୍ତର ଏପରି କରି କେବଳ ଯେ ଏକ ନୂଆ ବ୍ୟବସ୍ଥା ସୃଷ୍ଟି କଲେ ନାହିଁ ବରଂ ବହୁ ପ୍ରେମରେ ଧୋକ୍କା ପାଇଥିବା ଯୁବକଙ୍କ ଆଖି ଖୋଲି ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.