Below header

ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ଆଜି ରାଜ୍ୟରୁ ସର୍ବାଧିକ ୨୫୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜି ରାଜ୍ୟରୁ ସର୍ବାଧିକ ୨୫୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ  । ଏହି ସୁସ୍ଥଙ୍କ ମଧ୍ୟରେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହା ସହିତ ବାଲେଶ୍ୱରରୁ  ୨୭୬ଜଣ, ଗଞ୍ଜାମରୁ ୨୩୭ଜଣ, କଟକରୁ ୧୫୨ଜଣ, ରାୟଗଡ଼ାରୁ ୧୪୪ଜଣ, ଭଦ୍ରକରୁ ୧୪୦ଜଣ, ସୁନ୍ଦରଗଡ଼ରୁ ୧୩୮ଜଣ, କୋରାପୁଟରୁ ୯୮ଜଣ, ପୁରୀରୁ ୯୭ଜଣ, ନୟାଗଡ଼ରୁ ୯୬ଜଣ, ବଲାଙ୍ଗୀରରୁ ୮୫ଜଣ, ଢ଼େଙ୍କାନାଳରୁ ୬୧ଜଣ, କନ୍ଧମାଳରୁ ୬୦ଜଣ, ସମ୍ବଲପୁରରୁ ୫୯ଜଣ, ଯାଜପୁରରୁ ୫୮ଜଣ, ମୟୁରଭଞ୍ଜରୁ ୫୪ଜଣ, ବରଗଡ଼ରୁ ୫୩ଜଣ, ଜଗତସିଂହପୁରରୁ ୫୩ଜଣ, ମାଲକାନଗିରିରୁ ୫୨ଜଣ, ଯାଜପୁରରୁ ୪୨ଜଣ, ନବରଙ୍ଗପୁରରୁ ୩୧ଜଣ, କନ୍ଧମାଳରୁ ୨୩ଜଣ, କେନ୍ଦ୍ରାପଡ଼ାରୁ ୨୨ଜଣ, ଦେବଗଡ଼ରୁ ୧୯ଜଣ, କେନ୍ଦୁଝର ରୁ ୧୯ଜଣ, ଝାରସୁଗୁଡ଼ାରୁ ୧୮ଜଣ, ଅନୁଗୁଳରୁ ୩ଜଣ ଓ ବୌଦ୍ଧରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫୬୯୨୪ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.