ଗଣପତିଙ୍କ ବିସର୍ଜନ ବେଳେ ଖୁବ୍‌ ନାଚିଲେ ଶିଳ୍ପା ଶେଟ୍ଟୀ, ଫଟୋଗ୍ରାଫରଙ୍କୁ ବାଣ୍ଟିଲେ ଲଡ଼ୁ, ଭିଡିଓ ଭାଇରାଲ୍‌

ମୁମ୍ବାଇ : ଶନିବାର ଗଣପତିଙ୍କ ପୂଜା ସାରା ଦେଶରେ ପାଳନ କରାଯାଇଛି । ବଲିଉଡ୍‌ରେ ମଧ୍ୟ ଅଭିନେତା ଓ ଅଭିନେତ୍ରୀମାନେ ଏହାକୁ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଗଣେଶ ପୂଜା ପାଳନ କରିବା ସହ ବିସର୍ଜନ ବେଳେ ଧୂମ୍‌ ନାଚିଛନ୍ତି ଓ ଫଟୋଗ୍ରାଫରଙ୍କୁ ଲଡ଼ୁ ମଧ୍ୟ ବାଣ୍ଟିଛନ୍ତି । ବିସର୍ଜନ ବେଳେ ଶିଳ୍ପାଙ୍କ ସହ ପତି ରାଜ୍‌ କୁନ୍ଦ୍ରା, ପୁଅ ବିୟାନ୍‌ ଏବଂ ତାଙ୍କର ମା’ ମଧ୍ୟ ସାମିଲ୍‌ ଥିବା ଦେଖାଯାଇଛି ।

 

silpa-1

ଶିଳ୍ପା ସୋସିଆଲ୍‌ ମିଡିଆରେ ଏହାର ଏକ ଭିଡିଓ ସେୟାର୍‌ କରିବା ପରେ ଏହା ଖୁବ୍‌ ଭାଇରାଲ୍‌ ହୋଇଛି । ସେୟାର୍‌ ଭିଡିଓରେ ଅଭିନେତ୍ରୀ ପତି ଏବଂ ପୁଅ ସହ ନାଚୁଥିବାର ଦେଖିବାକୁ ମିଳିଛି । ଗଣପତିଙ୍କୁ ବିସର୍ଜନ କଲା ପରେ ଶିଳ୍ପା ହଳଦିଆ ଓ କ୍ରିମ୍‌ ରଂଗର ସୁଟ୍‌ରେ ଦେଖିବାକୁ ମିଳିଛନ୍ତି । ବିସର୍ଜନ ପରେ ଶିଳ୍ପା ସେଠାରେ ଥିବା ଫଟୋଗ୍ରାଫରଙ୍କୁ ମିଠା ମଧ୍ୟ ବାଣ୍ଟିଛନ୍ତି ।

 

ପ୍ଲେଟ୍‌ ଭରି ମିଠା ଓ ମୋଦକ ଦେବା ବେଳେ ଶିଳ୍ପା ପ୍ଲେଟ୍‌ ଫେରାଇବାକୁ ଭୁଲିବ ନାହିଁ ବୋଲି ଫଟୋଗ୍ରାଫରଙ୍କୁ କହି ଥଟ୍ଟା ମଜା କରିଥିଲେ । ଯାହାକୁ ନେଇ ସେଠାରେ ଅଭିନେତ୍ରୀଙ୍କ ପରିବାର ସହ ସମସ୍ତେ ହସିଥିଲେ । ଶିଳ୍ପା ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ଫିଲ୍ମକୁ ଫେରୁଛନ୍ତି । ଏଥର ସେ ‘ନିକମ୍ମା’ ଓ ‘ହଙ୍ଗାମା ୨’ ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.