Below header

ଆଜି ୩୦ ଜିଲ୍ଲାରୁ ଆଉ ୨୫୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାକୁ ମାତ୍ ଦେଇ କଟକ ଜିଲ୍ଲା ସୁସ୍ଥ ସଂଖ୍ୟାରେ ଆଗରେ

କେନ୍ୟୁଜ୍(ବ୍ୟୁରୋ): ଆଜି ୩୦ ଜିଲ୍ଲାରୁ  ଆଉ ୨୫୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି ବୋଲି  ଟ୍ବିଟ  କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ  କରି  ସୂଚନା ଦେଇଛି।

ଆଜି  ସୁସ୍ଥ ହୋଇଥିବା ୨୫୭୭ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୪୪ ଜଣ, ଯାଜପୁର ଜିଲ୍ଲାରୁ ୧୩୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୧୪ ଲେଖାଏଁ, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳରୁ ୧୦୮,ବଲାଙ୍ଗୀରରୁ ୧୦୩, ମୟୁରଭଞ୍ଜରୁ ୧୦୧, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୦, ନବରଙ୍ଗପୁରରୁ ୮୧, କେନ୍ଦୁଝରରୁ ୭୪, ଜଗତସିଂହପୁରରୁ ୭୧, ଢେଙ୍କାନାଳରୁ ୬୯ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଓ ନୟାଗଡ଼ରୁ ୬୭ ଲେଖାଏଁ, ଝାରସୁଗୁଡ଼ାରୁ ୬୨, ମାଲକାନଗିରିରୁ ୫୭, କନ୍ଧମାଳରୁ ୪୯, ସୋନପୁରରୁ ୪୫, କଳାହାଣ୍ଡିରୁ ୩୯, ଗଞ୍ଜାମରୁ ୩୬, ବୌଦ୍ଧରୁ ୩୪,କୋରାପୁଟରୁ ୩୩, ଦେବଗଡ଼ରୁ ୨୩, ରାୟଗଡ଼ାରୁ ୧୯, ଗଜପତିରୁ ୧୩ ଓ ରାଜ୍ୟ ପୁଲରୁ ୧୫୫ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.