Below header

ଭୁବନେଶ୍ବରରୁ ଆଜି ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୩୦୧ ଲୋକାଲ କଣ୍ଟାକ୍ଟ କେସ୍

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରୁ ଆଜି ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୦୧ ଜଣ  ଲୋକାଲ କଣ୍ଟାକ୍ଟ ଦ୍ବାରା  କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ  ଥିବା ବେଳେ ୧୦୯ ଜଣ ପୂର୍ବରୁ  ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

ବିଏମ୍‌ସିର ସୂଚନା ଅନୁସାରେ ଲୋକାଲ କଣ୍ଟାକ୍ଟରେ  ଆଜି ୩୦୧ ଜଣ କରୋନାରେ  ଆକ୍ରାନ୍ତ ହୋଇଛନ୍ତି। ଏଥିରେ ବରମୁଣ୍ଡା, ଝାରପଡ଼ା, ପୁରୁଣା ଭୁବନେଶ୍ୱରରୁ ୭ ଜଣ ଲେଖାଏଁ ଅଛନ୍ତି।  ବରମୁଣ୍ଡା ଏଚବି କଲୋନି, ନୟାପଲ୍ଲୀ, ପଳାଶୁଣୀ, ବମିଖାଲରୁ ୬-୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିଭଳି ୭ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୟାପଲ୍ଲୀରୁ ୧୩ ଜଣ, ଆଇଗଣିଆ ଗାଁ, ଡୁମଡୁମା ପିଏଚ୍‌-୧ରୁ ୧୧-୧୧ ଜଣ, ଭୀମଟାଙ୍ଗୀ ଏଚ୍‌ବି କଲୋନି, ଉତ୍କଳ ବିଶ୍ୱବିଦ୍ୟାଳୟ ଅଂଚଳରୁ ୯ ଜଣ ଲେଖାଏଁ, ବରମୁଣ୍ଡା ଏଚ୍‌ବି କଲୋନିରୁ ୮ ଜଣ, ୟୁନିଟ-୨ ଓ ୟୁନିଟ-୩ ସରକାରୀ କ୍ୱାର୍ଟର୍ସରୁ ୮ ଜଣ, ୟୁନିଟ-୯ରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.