ମାଇକ୍ରୋେଓ୍ଵଭ୍‌ରେ ଖାଦ୍ୟ ଗରମ କରିବା ଶରୀର ପାଇଁ କେତେ ସୁରକ୍ଷିତ, ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଗବେଷକ

ଆଜିର ବିଜ୍ଞାନ ଯୁଗରେ ଖାଦ୍ୟ ପ୍ରସ୍ତୁତ କରିବାର ବିଭିନ୍ନ ମାଧ୍ୟମ ରହିଛି । ଆଗ ଭଳି ଆଉ ଚୁଲି କିମ୍ବା ଷ୍ଟୋଭ୍‌ରେ ଘଣ୍ଟା ଘଣ୍ଟା ଧରି ଖାଦ୍ୟ ପ୍ରସ୍ତୁତ ପାଇଁ ଅପେକ୍ଷା କରିବାକୁ ପଡୁନି । ଯେତେ ଶୀଘ୍ର ଖାଦ୍ୟ ପ୍ରସ୍ତୁତ ହୋଇପାରିବ ସେତେ ଭଲ । କାରଣ ସମୟ କାହା ପାଖରେ ନାହିଁ । ଘରେ ପତି ପତ୍ନି ଯଦି ଚାକିରି କଲେ ତାହାଲେ ତ କଥା ସରିଲା ।

microwave-0

ତେଣୁ ସହଜ ସାଧ୍ୟ ଉପାୟ ହେଉଛି ଆଜିର ମାଇକ୍ରୋେଓ୍ଵଭ ରୋଷେଇ ବ୍ୟବସ୍ଥା । ଯେଉଁଥିରେ ରୋଷେଇ ପାଖରେ ବସି ରହିବାର ନାହିଁ । କିମ୍ବା ସମୟ ନଷ୍ଟ କରିବାର ନାହିଁ । ଚଟାପଟ୍‌ ହୋଇଯିବ ରୋଷେଇ । ହେଲେ ମାଇକ୍ରୋେଓ୍ଵଭ୍‌ ରୋଷେଇ ଶରୀର ପାଇଁ କେତେ ସୁରକ୍ଷିତ ଆପଣ ଜାଣନ୍ତି କି ? ଏ ସମ୍ପର୍କରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । ମାଇକ୍ରୋେଓ୍ଵଭ ରୋଷେଇରେ ଇଲୋକ୍ଟ୍ରୋମାଗ୍‌ନେଟିକ୍‌ ରାଡିଏସନ୍‌(ବିକିରଣ) ଦ୍ୱାରା ହେଉଥିବାରୁ ଖାଦ୍ୟର ଟେଷ୍ଟ ନଷ୍ଟ ହୋଇଥାଏ । ଆଉ ଏହି ରାଡିଏସନ୍‌ ଖାଦ୍ୟରେ ପ୍ରବେଶ କରୁଥିବା ଯୋଗୁ ଶରୀରରେ ମଧ୍ୟ ପ୍ରବେଶ କରିଥାଏ ।

microwave

ଖାଲି ସେତିକି ନୁହେଁ ଖାଦ୍ୟର ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଥାଏ । ଏକ ଗବେଷଣା ଅନୁଯାୟୀ ମାଇକ୍ରୋେଓ୍ଵଭ ରୋଷେଇ ଦ୍ୱାରା ଖାଦ୍ୟର ପ୍ରାୟ ୭୭ ପ୍ରତିଶତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ବିଶେଷକରି ମାଇକ୍ରୋେଓ୍ଵଭ୍‌ରେ ମାଂସ ରାନ୍ଧିବା ଦ୍ୱାରା ‘ନାଇଟ୍ରୋସାମାଇନ୍ସ’ ଭଳି ଭୟଙ୍କର ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଯାହାକି ଶରୀର ପାଇଁ ବହୁତ ବଡ ବିପଦକୁ ଆମନ୍ତ୍ରଣ କରିଥାଏ ।

microwave-1

ତା’ଛଡା ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଦ୍ୱାରା ଏଥିରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଯାହାକି କ୍ୟାନ୍‌ସର ଭଳି ଭୟଙ୍କର ରୋଗ ସୃଷ୍ଟି କରିଥାଏ । ମାଇକ୍ରୋେଓ୍ଵଭ୍‌ ରୋଷେଇ ଯୋଗୁ ଖାଦ୍ୟର ପୋଷକ ତତ୍ତ୍ୱ ନଷ୍ଟ ହେବା ସହ ଭିଟାମିନ୍‌ ବି ୧୨ ମଧ୍ୟ ନଷ୍ଟ ହୋଇଥାଏ । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ସମୟ ବଞ୍ଚାଇବାକୁ ଯାଇ ଆମେ ମାଇକ୍ରୋେଓ୍ଵଭର ଯେଉଁ ସହାୟତା ନେଉଛେ ଏହା ସ୍ୱାସ୍ଥ୍ୟ ପ୍ରତି ଯେ କେତେ ଭୟଙ୍କର ତାହା ବିଚାର କରିବାର କଥା ।

ଆପଣ ଯଦି ମାଇକ୍ରୋେଓ୍ଵଭର ସାହାରା ନେଉଛନ୍ତି ତେବେ ଏବେଠୁ ହୋଇଯାଆନ୍ତୁ ହୁସିଆର । ନଚେତ୍‌ ଅଜଣାତରେ ଆପଣଙ୍କ ଶରୀର ପାଇଁ ବହୁତ ବଡ଼ ବିପଦକୁ ଯେ ଆମନ୍ତ୍ରଣ ନ କରିବେ କିଏ କହି ପାରିବ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.