ଆଜି ରାଜ୍ୟରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ,ଖୋର୍ଦ୍ଧା ଜିଲ୍ଲା ସର୍ବାଗ୍ରେ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ, ଲଗାତାର ଭାବେ ଖୋର୍ଦ୍ଧା ଜିଲ୍ଲା ସର୍ବାଗ୍ରେ ରହିଛି। ଆଜିସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୬୨୮, କଟକର ୪୯୪, ପୁରୀର ୨୬୪,ଝାରସୁଗୁଡାର ୧୩୨, ଅନୁଗୁଳର ୨୦୯, ଜଗତସିଂହପୁରର ୧୬୩,କେନ୍ଦ୍ରାପଡାର ୧୬୧, ମୟୂରଭଞ୍ଜର ୧୫୩,ରାୟଗଡାର ୧୩୨, ଯାଜପୁରର ୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ  ହୋଇଥିବାର  ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।


ସେହିଭଳି ବଳାଙ୍ଗିରର ୧୨୩, ବାଲେଶ୍ବରର ୧୧୯, ଭଦ୍ରକର ୧୧୪, ସମ୍ବଲପୁରର ୧୧୩,ବରଗଡର ୧୧୨,କନ୍ଧମାଳର ୮୭, ଢେଙ୍କାନାଳର ୮୫,କେନ୍ଦୁଝରର ୮୩, ସୋନୁପରର ୭୯,ନବରଙ୍ଗପୁରର ୭୫, କୋରାପୁଟର ୭୨, ଗଞ୍ଜାମର ୬୧, ନୂଆପଡାର ୬୦, ମାଲକାନଗିରିର ୫୬, ସୁନ୍ଦରଗଡର ୫୫, ନୟାଗଡର ୫୪, ବୌଦ୍ଧର ୪୯, ଗଜପତିର ୩୯,କଳାହାଣ୍ଡି ୩୫, ଦେବଗଡର ୨୧, ଷ୍ଟେଟପୁଲର ୧୬୨ କରୋନାରେ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୮୫,୭୦୦ରେ ପହଞ୍ଚିଛି।