କୋଭିଡ ନିୟମ ଉଲଂଘନକାରୀ ସାବଧାନ, ଏଣିକି ଖିଲାପକାରୀ ତଣ୍ଡ ଗଣିବେ ଲକ୍ଷେ ଟଙ୍କା କିମ୍ବା ୨ ବର୍ଷ ହେବ ଜେଲଦଣ୍ଡ

କେନ୍ୟୁଜ୍(ବ୍ୟୁରୋ): ସଂକ୍ରାମକ ରୋଗ ଓଡ଼ିଶା ସଂଶୋଧନ ବିଧେୟକ-୨୦୨୦ ବିଧାନସଭାରେ ଗୃହୀତ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ପାସ ହୋଇଛି । ଉଲ୍ଲଂଘନକାରୀଙ୍କ ବିରୋଧରେ ଦୁଇ ବର୍ଷ ଜେଲ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ପାଇଁ ବିଲ୍ରେ ବ୍ୟବସ୍ଥା ରହିଛି । ଏହା ଉପରେ ବିତର୍କ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ, କିଛି ଲୋକ ସଂକ୍ରାମକ ଆଇନକୁ ମାନୁନାହାନ୍ତି ।
ଏହାକୁ ଆଖିରେ ରଖି ଏପିଡେମିକ ରୋଗ ଅଧିନିୟମ ୧୯୮୭ରେ ଥିବା ଦଣ୍ଡ ଓ ଜରିମାନା ପରିମାଣକୁ ବୃଦ୍ଧି କରାଯାଇଛି । ଖିଲାପକାରୀଙ୍କ ପାଇଁ ୨ ବର୍ଷ ଯାଏ ଜେଲ୍ ଓ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଏହାକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଥିଲେ । ଜରିମାନା ରାଶିକୁ କମ କରିବା ପାଇଁ ସେମାନେ ଦାବି କରିଥିଲେ ।…