ଏତେ ବିବାଦ ସତ୍ତ୍ୱେ ସ୍ୱାମୀଙ୍କ ହିଂସା ଆଚରଣକୁ କ୍ଷମା କରିଦେଲେ ପୁନମ ପାଣ୍ଡେ, Kiss କରି କହିଲେ, ‘ମୁଁ ତୁମକୁ ଛାଡ଼ି ରହିପାରିବି ନାହିଁ’

ପୁନମ ପାଣ୍ଡେଙ୍କ ବୈବାହିକ ଜୀବନ ଗତ କିଛିଦିନ ହେବ ବିବାଦ ଘେରରେ ରହିଛି। ବିବାହ ପରେ ହନିମୁନ ସମୟରେ ପୁନମ ତାଙ୍କ ସ୍ୱାମୀ ସାମ ବାମ୍ବେଙ୍କ ବିରୋଧରେ ଘରୋଇ ହିଂସାର ଗୁରୁତର ଅଭିଯୋଗ ଆଣିଥିଲେ। ଏପରିକି ଅଭିଯୋଗ କ୍ରମେ ପୋଲିସ ସାମ ବାମ୍ବେଙ୍କୁ ଗିରଫ ମଧ୍ୟ କରିଥିଲା। କିନ୍ତୁ କିଛିଦିନ ପରେ ସେ ଏଫଆଇଆରକୁ ଫେରେଇ ନେଇଥିଲେ।

lk

ତେବେ ଏହାରି ଭିତରେ ଖବର ଆସିଛି କି, ଏବେ ଦୁଇଜଣଙ୍କ କାହାଣୀରେ ଟୁଇଷ୍ଟ ଆସିଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏତେ ବିବାଦ ପରେ ବି ଦୁଇଜଣଙ୍କ ଭିତରେ ପ୍ୟାଚଅପ ହୋଇଯାଇଛି। ଏ ବିଷୟରେ ଏକ ଗଣମାଧ୍ୟମ ପୁନମଙ୍କଠାରୁ ଜାଣିବାକୁ ଚାହିଁବାରୁ ପୁନମ ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରେ ଉଭୟ ସ୍ୱାମୀ, ସ୍ତ୍ରୀ ନିଜ ନିଜ ତରଫରୁ ସଫେଇ ଦେଉଛନ୍ତି।

ଭିଡ଼ିଓରେ ପୁନମ ତାଙ୍କ ସ୍ୱାମୀଙ୍କୁ କହୁଛନ୍ତି, ‘ମୁଁ ଆପଣଙ୍କୁ ବହୁତ ଭଲ ପାଉଛି। ଆପଣଙ୍କୁ ଛାଡ଼ିବା ବିଷୟରେ କେବେ ବି ଭାବିପାରିବି ନାହିଁ’। ସେହିପରି ସାମ ବି କହୁଛନ୍ତି, ‘ମୁଁ ଆପଣଙ୍କ ବିନା ରହିପାରିବି ନାହିଁ’। ଭିଡ଼ିଓରେ ଉଭୟ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ତେବେ ଭିଡ଼ିଓରେ ସାମ ଯେତେବେଳେ କହିଥିଲେ କି, ପୁନମ ପୃଥିବୀର ସବୁଠାରୁ ସୁନ୍ଦର ମଣିଷ ଏବଂ ମୁଁ ମୋ ସ୍ତ୍ରୀକୁ ପୂଜା କରୁଛି, ଏହା ଶୁଣି ପୁନମଙ୍କ ଆଖି ଛଳ ଛଳ ହୋଇଯାଇଥିଲା।

o

ସାମ କହିଥିଲେ ଯେ, ଆମ ଭିତରେ ଯାହା କିଛି ବି ହେଲା ତାହା ମିଡିଆ ଜରିଆରେ ପବ୍ଲିକକୁ ଆସିଗଲା। ସେଥିପାଇଁ ଆମେ ଦୁଇଜଣ ବହୁତ ଦୁଃଖୀ। ଆମକୁ ସ୍ୱୀକାର କରିବାକୁ ହେବ ଯେ ଏହା ରାଗରେ ହୋଇଥିଲା। ସୂଚନାଥାଉ କି, ପୁନମ ୧ ସେପ୍ଟେମ୍ବରରେ ବାନ୍ଦ୍ରାସ୍ଥିତ ନିଜ ବଙ୍ଗଳାରେ ସାମଙ୍କୁ ବିବାହ କରିଥିଲେ। ଦୁହେଁ ୨ ବର୍ଷ ଧରି ଲିଭ ଇନ ରିଲେସନରେ ଥିଲେ।