ଆଗାମୀ ଦିନରେ ବ୍ୟାପକ ହେବ ଟିକାକରଣ: ରାଜ୍ୟରେ ପହଁଚିଲା ଆଉ ୯ ଲକ୍ଷ କୋଭିସିଲଡ୍ ଟିକା
ଭୁବନେଶ୍ୱର: ଆଗାମୀ ଦିନରେ ଟିକାକରଣ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ପୁଣି ଆସିଲା ୯ ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା । ଏହି ଟିକାକୁ ନେଇ ଖୁବଶୀଘ୍ର ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଓଡ଼ିଶାକୁ ୭ଟି ପର୍ଯ୍ୟାୟରେ ୨୫ ଲକ୍ଷ ଟିକା ଆସିଛି । ଜାନୁଆରୀ ୧୨ରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ୪୦ ହଜାର ୮୦୦ କୋଭିସିଲଡ ଭାଏଲ ଟିକା ଆସି ପହଁଚିଥିଲା ।
ଏହାପରେ ୫ଟି ପର୍ଯ୍ୟାୟରେ ପ୍ରାୟ ୧୬ ଲକ୍ଷ ଟିକା ପହଁଚିଥିଲା । ମଙ୍ଗଳବାର ସଂଧ୍ୟାରେ ଆଉ ୯ ଲକ୍ଷ ୪ ହାଜର ୧୮୦ କୋଭିସିଲଡ୍ ଆସି ପହଁଚିଛି । ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ଟିକାକରଣରେ ୯୦.୮୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଛି । ଫେବ୍ରୁଆରୀ ୧୫ରୁ କୋଭିଡ଼ ଯୋଦ୍ଧାଙ୍କ ଟିକାକରଣ ହାର ୭୭.୪ ପ୍ରତିଶତକୁ ଛୁଇଁଛି । ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି ।