ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା
କରଞ୍ଜିଆ : ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କାର୍ତ୍ତୃପକ୍ଷଙ୍କୁ ଦାୟୀ କରି ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ଅପରାହ୍ନ ୩ଟା ଯାଏ ବନ୍ଦ ଡାକରା ଦେଇଛି ସଂଗଠନ । ପୂର୍ବରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ଶିବରାତ୍ରିକୁ ଦୃଷ୍ଟିରେ ରଖି ବନ୍ଦକୁ ୯ ଘଣ୍ଟିଆ କରିବାକୁ ନିଷ୍ପତ୍ତି ନେଇଛି ଭଞ୍ଜସେନା ସଂଗଠନ ।
ବନ୍ଦ ପ୍ରଭାବରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଭଞ୍ଜସେନା । ଦୋକାନ ସପିଂ ମଲ ମଧ୍ୟ ବନ୍ଦ ରହିଛି । ଶିମିଳିପାଳ ଅଭୟାରଣ୍ୟରେ ଦୀର୍ଘ ୨ ସପ୍ତାହରୁ ଅଧିକ ସମୟ ଧରି ନିଆଁ ଲାଗିଥିବା ବେଳେ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ ଅଭୟାରଣ୍ୟ ଅବକ୍ଷୟ ଆଡକୁ ଗତି କରୁବା ଅଭିଯୋଗ କରିଛି ସଂଗଠନ । ତୁରନ୍ତ ଅଭୟାରଣ୍ୟରେ ହେଲିକ୍ୟାପ୍ଟର ଯୋଗେ ପାଣି ସିଞ୍ଚନ କରି ନିଆଁ ଲିଭାଇବାକୁ ଦାବି ହୋଇଛି ।