Below header

ପୁଣି ଜୋର ଧରିଲା ବିବାଦ: ବର୍ଷାଙ୍କୁ ଟାର୍ଗେଟ୍‌ କରି ଫେସବୁକ୍‌ରେ ୬ ମିନିଟର ଭିଡିଓ ଜାରି କଲେ ଅନୁଭବ

ଭୁବନେଶ୍ବର: ପୁଣି ଜୋର ଧରିଲା ବର୍ଷା-ଅନୁଭବ ବିବାଦ। ଭିଡିଓ ଜାରି କରି ନିଜ କ୍ଷୋଭ ପ୍ରକାଶ କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଫେସବୁକ୍‌ରେ ୬ ମିନିଟର ଭିଡିଓ ଜାରି କଲେ ଅନୁଭବ । ବର୍ଷାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ମୋ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌ ରହିବିନି ।

ଆଜି ପର୍ଯ୍ୟନ୍ତ ସେଚୁପ୍‌ ରହିଥିବାରୁ ଏହା ତାଙ୍କର ଦୁର୍ବଳତା ବୋଲି ଭାବି ନେଇଛନ୍ତି । ହେଲେ ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗରେ ଛିଡା ହେବେ ବୋଲି ଅନୁଭବ କହିଛନ୍ତି । ବର୍ଷାଙ୍କ ପ୍ରତି ଅନୁଭବ ଫ୍ୟାନ୍‌ କ୍ଲବ ଫେସବୁକ୍‌ ପେଜ୍‌ରେ ଖରାପ ମନ୍ତବ୍ୟ ଦେବାପରେ ଜାଗୃତି ଫେସ୍‌ବୁକ୍‌ରେ ବର୍ଷାଙ୍କୁ ଇଙ୍ଗିତ କରି ଅସନ୍ତୋଷ ପ୍ରକାଶ କରିଥିଲେ । ଅନୁଭବ ଏକ ଭିଡିଓ ପୋଷ୍ଟ କରି ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଲଢିବାର ଅଛି ଯଦି ତାଙ୍କ ସହ ସିଧାସଳଖ ଲଢନ୍ତୁ ଫ୍ୟାନ୍‌ ମାନଙ୍କ ସହ ନୁହେଁ ବୋଲି ଅନୁଭବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.