Below header

ଆଜିଠାରୁ ଆରଡି ପ୍ରଭୁ ଆଖଣ୍ଡଳମଣୀଙ୍କ ଶୀତଳ ଉପଚାର ନୀତି ଆରମ୍ଭ, ଲକ୍‌ଡାଉନ ପାଇଁ ହଜାର ହଜାର ଭକ୍ତ ବାବାଙ୍କୁ ଜଳଲାଗି କରିବାରୁ ହେଲେ ବଞ୍ଚିତ

ଭଦ୍ରକ: ଆଖଣ୍ଡଳମଣୀଙ୍କ ଶୀତଳ ଉପଚାର ନୀତି ଆରମ୍ଭ । ଆଜିଠାରୁ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଆରମ୍ଭ ହୋଇଛି ଶୀତଳ ଉପଚାର ନୀତି । ୧ ମାସ ଧରି ଚାଲିବ ଉପଚାର ନୀତି । ଭୋର ୪ଟା ୩୦ରେ ପହୁଡ ଖୋଲା ଯାଇ ପ୍ରଥମେ ମଙ୍ଗଳା ଆଳତି କରାଯିବା ପରେ ପଣା ଭୋଗ ବାବାଙ୍କୁ ଲାଗି କରାଯାଇଥିଲା । ସେବାୟତ ବାବାଙ୍କ ଏହି ସ୍ୱତନ୍ତ୍ର ନୀତିପୂଜା କରୁଥିବା ବେଳେ ଲକ୍‌ଡାଉନ ପାଇଁ ଭକ୍ତଙ୍କ ପାଇଁ କଟକଣା ରହିଛି ।

akhandalamaniହଜାର ହଜାର ଭକ୍ତ ବାବାଙ୍କୁ ଜଳଲାଗି କରିବାରୁ ବଞ୍ଚିତ ହୋଇଛନ୍ତି । ଆଜି ସଂକ୍ରାନ୍ତି ଥିବାରୁ ଆଖାପାଖ ଅଞ୍ଚଳର କିଛି ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ଆରଡିରେ । ହେଲେ କଟକଣା ଯୋଗୁ ମନ୍ଦିର ଭିତରକୁ ନ ଯାଇପାରି ବାବାଙ୍କୁ ବାହାରୁ ଦର୍ଶନ କରି ଭକ୍ତ ନିରାଶ ହୋଇ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.