ଆମେରିକାରେ କରୋନାର କରାଳ ରୂପ: ଗଲାଣି ୨୨ ହଜାରରୁ ଅଧିକ ଜୀବନ, ୫ ଲକ୍ଷରୁ ଅଧିକ ଆକ୍ରାନ୍ତ

ଆମେରିକା : ବିଶ୍ୱକୁ ସ୍ତବ୍ଧ କରିଛି ଆମେରିକା। କରୋନା ମୃତ୍ୟୁସଂଖ୍ୟାରେ ସର୍ବାଧିକ ରହିଛି ଆମେରିକା । ନା ସଂକ୍ରମଣ କମୁଛି, ନା ମୃତ୍ୟୁ ଉପରେ ଲାଗୁଛି ବ୍ରେକ୍‌। ଏପର୍ଯ୍ୟନ୍ତ ଭୂତାଣୁ ୨୨ ହଜାରରୁ ଅଧିକ ଅଧିକ ଜୀବନ ନେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୦ ହଜାରରୁ ଅଧିକ ରହିଛି ।

 deathସେପଟେ ପୂରା ବିଶ୍ୱ ତ୍ରାହିତ୍ରାହି ଡାକୁଛି । ୨୧୦ଟି ଦେଶକୁ କବଳିତ କଲାଣି ଏହି ଭୟଙ୍କର ଭାଇରସ୍‌ । ଗଲାଣି ୧ ଲକ୍ଷ ୧୪ ହଜାର ଜୀବନ। ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଟପିଛି । ଇଟାଲୀରେ ବି ସଙ୍ଗୀନ ରହିଛି ସ୍ଥିତି । କରୋନା ମୃତ୍ୟୁସଂଖ୍ୟା ୧୯ ହଜାର ୮୯୯େରେ ପହଞ୍ଚିଛି । ଆକ୍ରାନ୍ତ ହୋଇଛନ୍ତି ୧ଲକ୍ଷ ୫୬ ହଜାରରୁ ଅଧିକ । ଆମେରିକା ପରେ ସର୍ବାଧିକ ସଂକ୍ରମିତ ଦେଶ ହେଉଛି ସ୍ପେନ୍‌ । ସେଠାରେ ୧ଲକ୍ଷ ୬୬ ହଜାରରୁ ଅଧିକ ଆକ୍ରାନ୍ତ ଥିବାବେଳେ ୧୭ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା ।

corona death in worldଫ୍ରାନ୍ସରେ କରୋନାରେ ୧ଲକ୍ଷ ୩୨ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ମୃତ୍ୟୁବରଣ କରିଛନ୍ତି ୧୪ ହଜାର ୩୯୩ ଜଣ । ସେପଟେ କରୋନା ମୁକାବିଲା ପାଇଁ ଏକାଠି ହୋଇଛି ସାରା ବିଶ୍ୱ । ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ଟ୍ରମ୍ପଙ୍କ ଅନୁରୋଧ ରକ୍ଷା କରି ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ରପ୍ତାନୀ ଉପରୁ ଭାରତ ସାମୟିକ କଟକଣା ହଟାଇବା ପରେ ଆମେରିକାରେ ଏହି ମେଡିସିନ ପହଞ୍ଚଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.