Below header

ଘର ବାହୁଡିଲେ ବିଧାୟକ ଅରବିନ୍ଦ ଢାଲି, ବିଜେପିରେ ହେଲେ ସାମିଲ

ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଇଛନ୍ତି ଅରବିନ୍ଦ ଢାଲି ।

ଭୁବନେଶ୍ୱର (କେନ୍ୟୁଜ): ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଇଛନ୍ତି ଅରବିନ୍ଦ ଢାଲି । ତେବେ ଗତକାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଅରବିନ୍ଦ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇତିଲେ । ଏହାର ଗୋଟିଏ ଦିନ ପରେ ଆଜି ସେ ବିଜେପିରେ ସାମିଲ ହେଇଛନ୍ତି । ତେବେ ଅରବିନ୍ଦ ବିଜେପିକୁ ଫେରିବା ତାଙ୍କର ଘର ବାହୁଡା ବୋଲି କୁହାଯାଉଛି ।

ତେବେ ଅରବିନ୍ଦ ଢ଼ାଲି ହେଉଛନ୍ତି ୫ ଥରର ବିଧାୟକ । ୧୯୯୦, ୧୯୯୫ ଏବଂ ୨୦୦୦ରେ ମାଲକାନଗିରିରୁ ବିଧାୟକ ଥିଲେ । ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ । ୨୦୦୯ ଓ ୨୦୧୯ରେ ଦୁଇ ଥର ବିଜେଡି ଟିକଟରେ ଜୟଦେବ ଆସନରୁ ବିଧାୟକ ହୋଇଥିଲେ । ସେ ବିଜେପି, ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜେଡିରେ ସାମିଲ ହୋଇଥିଲେ । ଆଉ ଏବେ ପୁଣି ଥରେ ବିଜେପିକୁ ଫେରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.