ରାହା ସାଙ୍ଗରେ ମସ୍ତି କଲେ ଅନନ୍ତ ଅମ୍ବାନୀ, ମମ୍‌ ଆଲିଆଙ୍କ କୋଳରେ ନଜର ଆସିଲା ଝିଅ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହାର ଏକ ଭିଡିଓ ଇଣ୍ଟରନେଟ୍‌ରେ ସମସ୍ତଙ୍କ ହୃଦୟ କିଣୁଛି । ନିଜ ମମ୍‌, ଡାଡ୍‌ଙ୍କ ସହ ରାହା ରାଧିକା ଓ ଅନନ୍ତଙ୍କ ପ୍ରି- ୱେଡିଂ ପଙ୍କସନରେ ଦେଖିବାକୁ ମିଳିଛି ।

ଅମ୍ବାନୀ ପରିବାରରେ ଉତ୍ସବର ମାହୋଲ । ଏବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ପାର୍ଟିର ଧୁମ୍‌ ରହିଛି । ସୋସିଆଲ ମିଡିଆରେ ପ୍ରି-ୱେଡିଂ ଫଙ୍କସନରୁ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି । ଏହାରି ଭିତରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହାର ଏକ ଭିଡିଓ ମଧ୍ୟ ଇଣ୍ଟରନେଟ୍‌ରେ ସମସ୍ତଙ୍କ ହୃଦୟ କିଣୁଛି ।

ରାହା ବି-ଟାଉନ୍‌ର ଚର୍ଚ୍ଚିତ ଷ୍ଟାର କିଡ୍‌ସ ତାଲିକାରେ ରହିଛି । ଦେଢ଼ ବର୍ଷର ରାହାର ଝଲକ୍‌ ପାଇବା ପାଇଁ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ରହିଥାଏ । ଏବେ ରାହାକୁ ନିଜ ମମ୍‌, ଡାଡ୍‌ଙ୍କ ସହ ରାଧିକା ଓ ଅନନ୍ତଙ୍କ ପ୍ରି- ୱେଡିଂ ପଙ୍କସନରେ ଦେଖିବାକୁ ମିଳିଛି ।

ଏହାର ଏକ ଭିଡିଓ କ୍ଲିପ୍‌ରେ ମମ୍ମି ଆଲିଆ ରାହାକୁ କୋଳରେ ଧରିଥିବା ଦେଖିବାକୁ ମିଳୁଛି । ଝିଅକୁ ଧରି ଆଲିଆ ଅନନ୍ତଙ୍କ ସହ କଥା ହେଉଛନ୍ତି । ଏହି ସମୟରେ ଅନନ୍ତ ବେବି ରାହାର ହାତ ଧରି ତାକୁ କିଛି କହୁଛନ୍ତି । ପରେ ରାହା ଅନ୍ୟ ଆଡ଼କୁ ମୁହଁ ବୁଲାଇ ଦେଉଛି ।

ରାଧିକା ଓ ଅନନ୍ତଙ୍କ ପ୍ରି-ୱେଡିଂର ଦ୍ୱିତୀୟ ଦିନରେ ଆନିମଲ ଥିମ୍‌ଡ ପାର୍ଟି ଥିଲା । ଏଥିରେ ସମସ୍ତେ ଆନିମଲ ଥିମ୍‌ଡ ଡ୍ରେସ୍‌ କ୍ୟାରି କରିଥିଲେ । ରାହା ମଧ୍ୟ ଏହି ଥିମ୍‌ର ଡ୍ରେସ୍‌ରେ ବହୁତ କ୍ୟୁଟ୍‌ ଲାଗୁଥିଲା । ସେ ଆଲିଆ ଓ ଅନନ୍ତଙ୍କୁ ଟ୍ଵିନ୍‌ କରୁଥିଲା । ଦୁଇପଟେ ଚୁଟି ବାନ୍ଧିଥିଲା । ଭିଡିଓରେ ଆଲିଆଙ୍କ ଝିଅର ଚେହେରା ମଧ୍ୟ ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.