Below header

ଅର୍ଚ୍ଚନା ନାଗ୍‌ଙ୍କ ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି, ଆଗକୁ କାହା ପାଳି ବଢୁଛି ସସପେନ୍‌ସ

କେନ୍ୟୁଜ୍ (ବ୍ୟୁରେ): ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର । ଆଗକୁ କିଏ ? ଚାଲିଛି ତଦନ୍ତ । ଇଡି ଖୋଲୁଛି ଖଗେଶ୍ୱରର ପେଡ଼ି। ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରର ୫ଟି ଆକାଉଣ୍ଟରେ ୫୦ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ । ବର୍ତ୍ତମାନ ସୁଦ୍ଧା ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରର ୧୨ଟି ଆକାଉଣ୍ଟର ମିଳିଛି ସୁରାକ । ଅର୍ଚ୍ଚନାଙ୍କ ଗିରଫ ପରେ ପାଖାପାଖି ୫୦ଟି ଲୋକେସନ୍‌ରେ ରହୁଥିଲେ ଜଗବନ୍ଧୁ ଓ ଖଗେଶ୍ୱର । ଆଗକୁ କୋଟି କୋଟି ଟଙ୍କା ନେଣଦେଣର ତଥ୍ୟ ପଦାକୁ ଆସିବ ବୋଲି ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା ।

ଖଗେଶ୍ୱରର ଆକାଉଣ୍ଟ ଡିଟେଲସ ଯାଞ୍ଚ ଚାଲିଛି । କେଉଁମାନେ ଟଙ୍କା ପଠାଇଥିଲେ ? କେତେ ଟଙ୍କା ପଠାଇଥିଲେ ? ଟଙ୍କା ପଠାଇବାର କାରଣ କ’ଣ ? ଏସବୁର ତଥ୍ୟ ଯୋଗାଡ଼ କରୁଛି ଇଡି । ଅର୍ଚ୍ଚନା ନାଗ ମନିଲଣ୍ଡରିଂ ମାମଲାରେ ସହଯୋଗୀ ଖଗେଶ୍ୱର ପାତ୍ରକୁ ବାଲିପାଟଣା ଘରୁ ଉଠାଇ ଆଣି ଇଡି କାର୍ଯ୍ୟାଳୟରେ ପଚରଉଚରା ହୋଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଅଧିକ ଖୋଳତାଡ଼ ପାଇଁ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ଆଣିବ ଇଡି ।

ଏପଟେ ଖୋଲୁଛି ବଣ୍ଟି-ବବ୍‌ଲି ସ୍ୱାମୀ ସ୍ତ୍ରୀଙ୍କ କଳା ଗୁମର । ମିଳିଛି ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ଟ୍ରାଞ୍ଜାକ୍ସନର ଅନେକ ତଥ୍ୟ । ସେମାନଙ୍କୁ କିଏ ଓ କାହିଁକି ଟଙ୍କା ଦେଇଥିଲେ ? ଟଙ୍କା ଦେବା ପଛରେ କିଛି କଳାଫର୍ଦ୍ଦ ରହିଥିଲା କି ? ଏସବୁର ଜବାବ ଜାଣିବାକୁ ସେମାନଙ୍କୁ ଇଡି ଅଫିସକୁ ଖୁବଶୀଘ୍ର ଡାକିପାରେ । ଗାଏବ ହୋଇଥିବା ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ଧଳା ରଙ୍ଗର ଦାମୀ ଗାଡ଼ିକୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ପୈତୃିକ ଘର କେସିଙ୍ଗାରୁ ଖୋଳତାଡ଼ କରି ଫେରିଛି ଇଡ଼ି। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । …

ଦିନ ଗଡିବା ସହ ଅର୍ଚ୍ଚନା ବ୍ଲାକମେଲ ମମାଲାରେ ଆସୁଛି ନୂଆ ନୁଆ ଟ୍ଵିଷ୍ଟ । ଏବେ ମୁଖ୍ୟ କାରପୋର୍ଟଦାର ଜଗବନ୍ଧୁ ଓ ଖଗେଶ୍ୱରର ଗିରଫ ପରେ ବଢିଛି ଅର୍ଚ୍ଚନାଙ୍କ ଅଡୁଆ । ଆବଶ୍ୟକ ପଡ଼ିଲେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରକୁ ମୁହାଁମୁହିଁ ଜେରା କରିବ ଇଡ଼ି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.