Below header

ରେଳବାଇ କୋଟି କୋଟି ଯାତ୍ରୀଙ୍କୁ ଦେଇଛି ଉପହାର, ଏହି ଟ୍ରେନରେ ସାରା ଜୀବନ କରିପାରିବେ ମାଗଣାରେ ଯାତ୍ରା

ଭାରତୀୟ ରେଳବାଇ ତରଫରୁ ଯାତ୍ରୀଙ୍କୁ ବହୁ ପ୍ରକାର ସୁବିଧା ଦିଆଯାଉଛି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରେନ ସମ୍ପର୍କରେ କହିବୁ,ଯେଉଁଥିରେ ଆପଣ ମାଗଣାରେ ଯାତ୍ରା କରିପାରିବେ । ଏହି ଟ୍ରେନ ଗତ ୭୪ ବର୍ଷ ଧରି ଲୋକଙ୍କୁ ମାଗଣା ସେବା ପ୍ରଦାନ କରିଆସୁଛି । ହେଲେ ଖୁବ୍‌ କମ ଲୋକ ଏ ସମ୍ପର୍କରେ ଜାଣିଛନ୍ତି । ଆସନ୍ତୁ ଜାଣିବା ଏହା କେଉଁ ଟ୍ରେନ ଓ କେଉଁ ରୁଟରେ ଏହା ଯାତ୍ରା କରୁଛି ।

କେଉଁ ରୁଟରେ ଚାଲୁଛି ଏହି ଟ୍ରେନ

ଏହି ଟ୍ରେନର ନାମ ‘ଭାଗଡା-ନଙ୍ଗଲ ଟ୍ରେନ୍‌’ । ଏହା ପଞ୍ଜାବ ଓ ହିମାଚଳ ସୀମାରେ ଚାଲୁଛି । ଏହି ଟ୍ରେନ ଭାଖଣ୍ଡା ବ୍ୟାସ ମ୍ୟାନେଜମେଣ୍ଟ ଦ୍ୱାରା ପରିଚାଳିତ ହେଉଛି । ଯଦି ଆପଣଙ୍କୁ ଭାଖଡା-ନଙ୍ଗଲ ବନ୍ଧ ଦେଖିବାର ଅଛି ତ ଏହି ଟ୍ରେନରେ ଯାତ୍ରାର ମଜା ନେଇପାରିବେ ।

କେବେ ଆରମ୍ଭ ହୋଇଥିଲା ଟ୍ରେନ

ଭାରତୀୟ ରେଳ ବିଭାଗ ଏହି ଟ୍ରେନକୁ ୧୯୪୮ ମସିହାରେ ଆରମ୍ଭ କରିଥିଲା । ଭାଖଡା-ନଙ୍ଗଲ ବନ୍ଧ ଯେବେ ତିଆରି ହେଉଥିଲା, ସେହି ସମୟରେ ଟ୍ରେନ ଯାତ୍ରାର ଆବଶ୍ୟକତା ଥିଲା । ଏହି ଟ୍ରେନ୍‌ ପ୍ରତି ଘଣ୍ଟାକୁ ୧୮ ରୁ ୨୦ ଲିଟର ତେଲ ଖର୍ଚ୍ଚ କରି ଶିବାଲିକ ପାହାଡ ଦେଇ ୧୩ କିଲୋମିଟର ରାସ୍ତା ଯାତ୍ରା କରିଥାଏ । ଥରେ ଏହି ଟ୍ରେନ ଷ୍ଟାର୍ଟ କରିବାକୁ ୫୦ ଲିଟର ତେଲ ଆବଶ୍ୟକ ପଡଥାଏ । ଥରେ ଟ୍ରେନ ଷ୍ଟାର୍ଟ ହେଲେ ଏହା ଯିବା ଆସିବା ପରେ ହିଁ ବନ୍ଦ ହୋଇଥାଏ ।

ପ୍ରତିଦିନ ପ୍ରାୟ ୮୦୦ ଯାତ୍ରୀ ଯାତ୍ରା କରିଥାନ୍ତି

ଏହି ଟ୍ରେନରେ ପ୍ରତିଦିନ ପ୍ରାୟ ୮୦୦ ଲୋକ ଯାତ୍ରା କରିଥାନ୍ତି । ଏହି ରୁଟରେ ଛୋଟ ଛୋଟ ଗାଁ ପଡିଥାଏ ଯେଉଁଥିରେ ଗାଁ ଲୋକେ ଯାତ୍ରା କରିଥାନ୍ତି । ଏଥିରେ କର୍ମଚାରୀ, ଛାତ୍ରଛାତ୍ରୀ ଓ ଟୁରିଷ୍ଟ ଯାତ୍ରା କରିଥାନ୍ତି ।

ଟ୍ରେନ ଟାଇମିଂ

ସକାଳ ୭.୦୫ ରେ ଟ୍ରେନ ନଙ୍ଗଲରୁ ଯାତ୍ରା ଆରମ୍ଭ କରି ପୁଣି ୮.୨୦ ରେ ଭାଖଡାରୁ ନଙ୍ଗଲ ଫେରିଥାଏ । ସେହିପରି ଦିପହରରେ ଆଉ ଥରେ ୩.୦୫ ରୁ ନଙ୍ଗଲରୁ ଯାତ୍ରା ଆରମ୍ଭ କରି ଅପରାହ୍ନ ୪.୨୦ ରେ ଭାଖଡାରୁ ନଙ୍ଗଲ ଫେରିଥାଏ । ଗୋଟିଏ ଥର ଟ୍ରେନ ଯିବା ପାଇଁ ୪୦ ମିନିଟ ସମୟ ନେଇଥାଏ । ଏହି ଟ୍ରେନରେ ଆଗରୁ ୧୦ ଟି ବଗି ଲାଗିଥିଲା । ଏବେ ମାତ୍ର ୩ ଟି ବଗିରେ ଟ୍ରେନ ଯାତ୍ରା କରୁଛି । ଏଥିରେ ଗୋଟିଏ ବଗି ପର୍ଯ୍ୟଟକ ଓ ଆଉ ଏକ ବଗି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.