Below header

ଆଜି ଶେଷ ହେବ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି, ପୁଣି ନେବାକୁ ଆବେଦନ କରିବ ଇଡି

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶେଷ ହେବ ଅର୍ଚ୍ଚନାଙ୍କ ରିମାଣ୍ଡ । ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ପଚାରି ପଚାରି ବେଦମ ହେଲେଣି ଇଡି ଅଧିକାରୀ । ହେଲେ ଅର୍ଚ୍ଚନା ମୁହଁ ଖୋଲୁନାହାନ୍ତି । ଯାହାକୁ ନେଇ ଇଡି ଅଧିକାରୀ ନ୍ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଆଜି ତାଙ୍କର ୭ ଦିନିଆ ରିମାଣ୍ଡ ଶେଷ ହେଉଛି । ତାଙ୍କୁ ପୁଣି ରିମାଣ୍ଡରେ ନେବାକୁ ଇଡି ପ୍ରସ୍ତୁତ ହୋଇଛି । ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିବ ଇଡି ।

ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୧୩ ତାରିଖରେ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯିବ । ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ଆଗକୁ ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଯୋଜନା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବ୍ଲାକମେଲିଂ ମାମଲାରେ ଇଡି ୧୧ ଜଣଙ୍କୁ ପଚରାଉଚରା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.