ଭାରତୀୟ ମହିଳା କ୍ରିକେଟ୍‌ ଟିମର ରୋମାଞ୍ଚକର ବିଜୟ, ସୁପର ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ମହିଳା କ୍ରିକେଟ୍‌ ଟିମର ରୋମାଞ୍ଚକର ବିଜୟ । ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇଲା । ଧୂଆଁଧାର ଇନିଂସ ଖେଳିଲେ ସ୍ମୃତି ମାନ୍ଧାନା । ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର୍‌ ହୋଇଥିଲା । ଭାରତ ଗୋଟିଏ ଓ୍ଵିକେଟ ହରାଇ କରିଥିଲା ୨୦ ରନ୍‌ । ସ୍ମୃତି ମାନ୍ଧାନା ଗୋଟିଏ ଲେଖାଏ ଚୌକା ଓ ଛକା ମାରିଥିଲେ । ରିଚା ଘୋଷ ବି ମାରିଥିଲେ ଗୋଟିଏ ଛକା । ୨୧ ରନ୍‌ ଟାର୍ଗେଟ ପିଛା କରି ସୁପର ଓଭରରେ ଅଷ୍ଟ୍ରେଲିଆ ମହିଳା ଟିମ୍‌ ମାତ୍ର ୧୬ ରନ୍‌ କରି ପାରିଲା ।

ସୁପର ଓଭରରେ ରେଣୁକା ଶର୍ମାଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲା ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ଜିତି ସିରିଜକୁ ୧-୧ରେ ବରାବର କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ । ପ୍ରଥମ ମ୍ୟାଚ୍‌ ଜିତିଥିଲା ଅଷ୍ଟ୍ରେଲିଆ । ଡି. ଓ୍ଵାଇ ପାଟିଲ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ଗୋଟିଏ ଓ୍ଵିକେଟ ବିନିମୟରେ କରିଥିଲା ୧୮୭ ରନ୍‌ । ଜବାବରେ ଭାରତ ବି ୧୮୭ ରନ୍‌ କରିଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୪୯ ବଲରୁ ୭୯ ରନ୍‌, ଶେଫାଳି ବର୍ମା କରିଥିଲେ ୩୪ ରନ୍‌ । ରିଚା ଘୋଷ ଅପରାଜିତ ୨୬ ରନ୍‌ କରିଥିଲେ । ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର ଖେଳାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.