Below header

ପୁଣି ରେଳ ଷ୍ଟେସନ୍‌ରେ ଆତଙ୍କ ଖେଳାଇଲେ ଶହ ଶହ ଆର୍ମି ପରୀକ୍ଷାର୍ଥୀ

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଉତ୍ପାତ କଲେ ସେନା ପରୀକ୍ଷା ପାଇଁ ଆସିଥିବା ଶହ ଶହ ପରୀକ୍ଷାର୍ଥୀ । ଗତକାଲି ରାତିରେ ଭୁବନେଶ୍ୱର ରେଳ ଷ୍ଟେସନରେ ଆତଙ୍କ ଖେଳାଇଥିଲେ ଆର୍ମି ପରୀକ୍ଷାର୍ଥୀ । ଜବରଦସ୍ତ ଟ୍ରେନ୍‌ ବଗିରେ ଚଢି ଉତ୍ପାତ କରିବା ସହ ଭଙ୍ଗାରୁଜା କରିଥିଲେ । ସ୍ଥିତି ଏପରି ହୋଇଥିଲା ଯେ ବାଧ୍ୟ ହୋଇ ଜିଆରପି ଓ ଆରପିଏଫ୍‌ ଯବାନ ପରୀକ୍ଷାର୍ଥୀଙ୍କୁ ଲାଠି ମାଡ଼ କରିଥିଲେ । ଖବର ପାଇ କମିଶନରେଟ୍‌ ପୋଲିସର କିଛି ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରୀକ୍ଷାର୍ଥୀମାନେ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଚେନ୍‌ ପୁଲିଂ କରି ଅଟକାଇଥିଲେ । ମନଇଚ୍ଛା ଯିଏ ଯେଉଁଠି ପାରିଲା ବସିଯାଇଥିଲେ । ଏପରିକି ଯେଉଁମାନେ ରିଜରଭେସନ୍‌ ଟିକେଟ୍‌ କରିଥିଲେ, ସେମାନେ ସେମାନଙ୍କ ସିଟ୍‌ରେ ବସି ପାରିନଥିଲେ । ପାଖାପାଖି ଏକ ହଜାର ଅଣଓଡ଼ିଆ ପରୀକ୍ଷାର୍ଥୀ ଟ୍ରେନ୍‌ ଭିତରେ ପଶି ଟ୍ରେନ୍‌କୁ ନିଜ କବ୍‌ଜାକୁ ନେଇଥିଲେ । ଏକ ଘଣ୍ଟାରୁ ଅଧିକ ସମୟ ଧରି ଷ୍ଟେସନ୍‌ରେ ଏପରି ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ୧୧ଟା ୭ରେ ଛାଡିବାକୁ ଥିବା ପୁରୀ-ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ରାତି ୧୨ଟା ୧୭ରେ ଛାଡିଥିଲା । ପୂର୍ବରୁ ଏମାନେ ଭୁବନେଶ୍ୱର ଆସିବା ବେଳେ ଟ୍ରେନ୍‌ରେ ଥିବା ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.