ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଆଜି ହୋଇପାରେ ଶେଷ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ଶୁଣାଣିର ଆଜି ଶେଷ ଦିନ ହୋଇପାରେ । ସୁପ୍ରିମ କୋର୍ଟର ପ୍ରଧାନ ବିଚାର ପତି ମଧ୍ୟ ଏହା ସ୍ପଷ୍ଟ କରିଛନ୍ତିକି ଆଜି ଅଯୋଧ୍ୟା ମାମଲାର ୪୦ତମ ଶୁଣାଣି ହେବା ସହ ଆଜି ଶେଷ ଶୁଣାଣି ହେବ । ଆଜି ମୁସଲମାନ ପକ୍ଷଧାରୀ  ନିଜ ପକ୍ଷ ରଖିବେ। ଏଥିରେ ସମ୍ପୃକ୍ତ ଥିବା ଚାରି ପ୍ରତିପକ୍ଷଙ୍କୁ  ଚାରି ପକ୍ଷଙ୍କୁ ସମୁଦାୟ ୪୦- ୪୫ ମିନିଟ ପର୍ଯ୍ୟନ୍ତ ସମୟ ମିଳିବ । ଏହା ପୂର୍ବରୁ ୩୯ତମ ଶୁଣାଣି ଦିନ ହିନ୍ଦୁ ପକ୍ଷଧାରୀ  ତରଫରୁ ପକ୍ଷ ରଖା ଯାଇଥିଲା । ଏଥିରେ କୁହାଯାଇଥିଲା କି ୧୫୨୬ ମସିହାରେ ମୋଗଲ ବାଦଶାହ ବାବର ମନ୍ଦିରକୁ ଧ୍ବଂସ କରି ଏଠାରେ ମସଜିଦ ବନାଇଥିଲେ । ହିନ୍ଦୁ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ବାବର ଏହି ଯେଉଁ ଭୁଲ କରିଥିଲେ ତାକୁ ସୁଧାର ଯିବା ନିହାତି ଦରକାର । ଏକ ପ୍ରକାର ସମ୍ଭାବନା ଅଛିକି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବେଞ୍ଚ ଆଜି ଦଶନ୍ଧି ପୁରୁଣା ଅଯୋଧ୍ୟା ମାମଲାର ଶେଷ ଶୁଣାଣି କରିପାରେ । ସୂଚନା ମୁତାବକ ଶୁଣାଣିରୁ ବାହାରିଥିବା ଫୈସଲାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ତଥା ଗୁପ୍ତ ଭାବେ ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.