Below header

ହସ୍ପିଟାଲାଇଜେସନ୍‌ ଓ ICU ଆବଶ୍ୟକତା କମ୍‌ ରହୁଛି , ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ଫେବ୍ରୁଆରୀ ଓ ମାର୍ଚ୍ଚ ଯାଏ କରୋନାର ଏମିତି ସ୍ଥିତି ରହିବ। ଦୁଇ ମାସ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । କରୋନା ସଂକ୍ରମଣ ବଢିକି ରହିବ। ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି। ଅଧିକାଂଶ ଆକ୍ରାନ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ୪ରୁ ୫ଟି ଜିଲ୍ଲାରେ ଟିପିଆର୍‌ ଅଧିକ ରହିଛି। କିନ୍ତୁ ମୃତ୍ୟୁ , ହସ୍ପିଟାଲାଇଜେସନ୍‌ ଓ ଆଇସିୟୁ ଆବଶ୍ୟକତା କମ୍‌ ରହୁଛି। ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀଙ୍କ ସଂଖ୍ୟା ଦେଖି ବେଡ୍‌ ସଂଖ୍ୟା ବଢାଯିବ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେହିପରି, ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ତରଳ ମେଡିକାଲ୍‌ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ମହଜୁଦ ରଖାଯିବା ଉଚିତ। ଏହାଛଡ଼ା, ସେଗୁଡ଼ିକରେ ଅକ୍ସିଜେନ୍‌ ଭରିବା ନିମନ୍ତେ ନିରନ୍ତର ଯୋଗାଣ ବ୍ୟବସ୍ଥା ପ୍ରତି ମଧ୍ୟ ସୁନିଶ୍ଚିତ ହେବା ଜରୁରୀ । ଯେଉଁ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ‘ପିଏସ୍‌ଏ ପ୍ଲାଣ୍ଟ୍‌’ ସ୍ଥାପନ କରାଯାଇଥିଲା, ସେଗୁଡ଼ିକ ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ବୋଲି ମଧ୍ୟ ସୁନିଶ୍ଚିତ ହେବା ଆବଶ୍ୟକ। ସେସବୁର ରକ୍ଷଣାବେକ୍ଷଣ ଓ ମରାମତି ମଧ୍ୟ କରାଯିବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.