Below header

ଦେଶରେ କରୋନା ସଂକ୍ରମଣ ଉପରେ ଲାଗୁନି ବ୍ରେକ୍‌, ୨୪ ଘଣ୍ଟାରେ ୪୪୨ ମୃତ

ନୂଆଦିଲ୍ଲୀ : ଦେଶରେ ପୁଣି ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ। ଗତ ୨୪ଘଣ୍ଟାରେ ୧ଲକ୍ଷ ୯୪ ହଜାର ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୫.୮ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି କରୋନା ମାମଲା ଥିଲା ୧ଲକ୍ଷ ୬୮ହଜାର ୬୩ । ଗୋଟିଏ ଦିନରେ ବଢିଛି ୨୬ହଜାର ୬୫୭ ମାମଲା।

ଦିନକରେ ୪୪୨ ଜଣଙ୍କ ଜୀବନ ନେଇଛି ଭାଇରସ୍‌। ପଜିଟିଭିଟି ରେଟ୍‌ ରହିଛି ୧୧.୦୫ ପ୍ରତିଶତ। ୯ ଲକ୍ଷ ଟପିଲା ଆକ୍‌ଟିଭ୍‌ କେସ୍‌। ଆକ୍‌ଟିଭ୍‌ କେସ୍‌ ରହିଛି ୯ଲକ୍ଷ ୫୫ ହଜାର ୩୧୯। ସେହିଭଳି ଦେଶରେ ଓମିକ୍ରନ କେସ୍‌ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ୪ହଜାର ୮୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେବଳ ଏତିକି ନୁହେଁ, ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ୩୪,୪୨୪ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ଦିଲ୍ଲୀରେ ୨୧,୨୫୯, ପଶ୍ଚିମବଙ୍ଗରେ ୨୧,୦୯୮, ତାମିଲନାଡୁରେ ୧୫,୩୭୯, କର୍ଣ୍ଣାଟକରେ ୧୪,୪୭୩ ହଜାର ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୦,୭୦,୫୧୦ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩,୪୬,୩୦,୫୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.