ବାଲୁକା କଳା ମାଧ୍ୟମରେ ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା କରି ସ୍ୱର ସମ୍ରାଙ୍ଗିଙ୍କ ସୁସ୍ଥତା କାମନା କରିଛନ୍ତି। ସୁଦର୍ଶନଙ୍କ ରଙ୍ଗୀନ କଳାକୃତି ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। କରୋନାରେ ଆକ୍ରାନ୍ତ ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଲତା।