Below header

ଭୁବନେଶ୍ୱରରେ ତେଜସ୍ କୋଚ ସହ ଗଡିବ ରାଜଧାନୀ ଏକ୍ସପ୍ରେସ, ଆଜି ଶୁଭାରମ୍ଭ

ନୂଆ ରୂପରେ ରାଜଧାନୀ ଏକ୍ସପ୍ରେସ । ଭୁବନେଶ୍ୱରରେ ତେଜସ୍ କୋଚ ସହ ଗଡିବ ରାଜଧାନୀ ଏକ୍ସପ୍ରେସ । ଆଜି ପତାକା ଦେଖାଇ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ।

ଭୁବନେଶ୍ୱର(କେନ୍ୟୁଜ): ନୂଆ ରୂପରେ ରାଜଧାନୀ ଏକ୍ସପ୍ରେସ । ଭୁବନେଶ୍ୱରରେ ତେଜସ୍ କୋଚ ସହ ଗଡିବ ରାଜଧାନୀ ଏକ୍ସପ୍ରେସ । ଆଜି ପତାକା ଦେଖାଇ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ।

ଭୁବନେଶ୍ୱର ରେଳ ଷ୍ଟେସନ ବୁଲି ଦେଖିବା ସହ ତେଜସ କୋଚର ଶୁଭାରମ୍ଭ କରିବେ । ଯାତ୍ରୀ ପାଇବେ ବିଳାସପୂର୍ଣ୍ଣ ସେବା ସହ ସୁରକ୍ଷିତ ଯାତ୍ରା । ତେଜସ୍ କୋଚରେ ରହିଛି ଅଟୋମେଟିକ ଡୋର । ଡୋର ବନ୍ଦ ନହେବା ଯାଏ ଗଡିବନି ଟ୍ରେନ । ଟ୍ରେନରେ ରହିଛି ବାଓ ଭାକ୍ୟୁମ ଟଏଲେଟ ।

ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ ଗନ୍ତବ୍ୟ ବୋର୍ଡର ଲାଭ ଉଠାଇପାରିବେ । ଫାୟାର ଆଲାରାମ, ଡିଟେକ୍ସନ ଓ ସସପେନସନ ସହ ୱାଇ ଫାଇ ଓ କଲ ବେଲ୍ ର ମଧ୍ୟ ସୁବିଧା ରହିବ । ଏହା ସହ ସିସି ଟିଭି, ମୋବାଇଲ, ଲାପଟପ ଚାର୍ଜିଂ ପଏଣ୍ଟ ମଧ୍ୟ ରହିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.