ସିମଲା ଶିବ ମନ୍ଦିରରେ ଭୂସ୍ଖଳନ, ୫୦ରୁ ଅଧିକ ଲୋକ ଦବିଥିବା ସୂଚନା

ହିମାଚଳ ସିମଲାରେ ଥିବା ଏକ ଶିବ ମନ୍ଦିରରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଯୋଗୁଁ ମାଟି ତଳେ ୫୦ରୁ ଅଧିକ ଲୋକ ଦବିଥିବା ଖବର ମିଳିଛି । ସୋମବାର ଯୋଗୁଁ ମନ୍ଦିରରେ ଲୋକଙ୍କ ଭିଡ଼ ରହିଥିଲା ।

ହିମାଚଳ ପ୍ରଦେଶ ସିମଲାରେ ଭୂସ୍ଖଳନ । ଏଠାରେ ଥିବା ଶିବ ମନ୍ଦିରରେ ଭୂସ୍ଖଳନ ଯୋଗୁଁ ୫୦ ଲୋକ ତଳେ ଦବିଥିବା ଅନୁମାନ କରାଯାଉଛି । ସକାଳ ୭ ଟା ସମୟରେ ଏଭଳି ଘଟଣା ଘଟିଛି ।

ଖବର ମୁତାବକ, ହମାଚଳ ସିମଲାରେ ଥିବା ଶିବ ମନ୍ଦିରକୁ ସୋମବାର ଯୋଗୁଁ ଲୋକଙ୍କ ଭିଡ଼ ରହିଥିଲା । ଆଉ ଏହି ସମୟରେ ଭୂସ୍ଖଳନ ହେବା ଯୋଗୁଁ ଲୋକେ ଏହାତଳେ ଦବି ଯାଇଥିଲେ । ଲଗାତାର ଲ୍ୟାଣ୍ଡସ୍ଲାଇଡ ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଅନେକ ଲୋକ ଏହାତଳେ ଦବି ଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସୂଚନାଯୋଗ୍ୟ, ହିମାଚଳରେ ସୋଲାନ ବାଦଲ ଫଟା ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡିଛି । ସୋଲାନ ଜିଲ୍ଲାର କାନ୍ଦାଘାଟରେ ମାମଲିଗ ଗାଁରେ ବାଦଲ ଫଟା ବର୍ଷା ପରେ ଏକ ବନ୍ୟା ଆସି ଦୁଇଟି ଘର ଭସାଇ ନେଇଛି। ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି । ଅତ୍ୟଧିକ ବର୍ଷା କାରଣରୁ ରାଜ୍ୟର ସମୁଦାୟ ୬୨୧ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏହାବାଦ ସିମଲା ଓ ଚଣ୍ଡିଗଡ଼କୁ ଯୋଗାଯୋଗ କରୁଥିବା ସିମଲା – କାଲକା ଜାତୀୟ ରାଜପଥ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୨ ସପ୍ତାହ ହେଲାଣି କ୍ଷତିଗ୍ରସ୍ତ ହୋଇଛି। ଫଳରେ ରାଜ୍ୟରେ ଗାଡ଼ି ଚଳାଚଳ ଏକପ୍ରକାର ବ୍ୟାହତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.