Below header

କେମିତି ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର? ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ଏଏସଆଇ ଓ ୨୦ ଜଣିଆ ଟେକ୍ନିକାଲ୍ ଟିମ୍

କେମିତି ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ଏଏସଆଇ ଓ ୨୦ ଜଣିଆ ଟେକ୍ନିକାଲ୍ ଟିମ୍ । ପ୍ରଥମ ଦିନରେ ବାହାର ପଟ କାନ୍ଥର ୩୭ଟି ପଏଣ୍ଟର ସ୍କାନିଂ କରାଯାଇଛି। ଗତକାଲି ପ୍ରଥମ ଦିନରେ ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ତିନିଟି ସ୍ଥାନରେ ଲେଜର ସ୍କାନିଂ ହୋଇଛି।

ପୁରୀ(କେନ୍ୟୁଜ): କେମିତି ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ଏଏସଆଇ ଓ ୨୦ ଜଣିଆ ଟେକ୍ନିକାଲ୍ ଟିମ୍ । ପ୍ରଥମ ଦିନରେ ବାହାର ପଟ କାନ୍ଥର ୩୭ଟି ପଏଣ୍ଟର ସ୍କାନିଂ କରାଯାଇଛି। ଗତକାଲି ପ୍ରଥମ ଦିନରେ ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ତିନିଟି ସ୍ଥାନରେ ଲେଜର ସ୍କାନିଂ ହୋଇଛି।

ଆଜି ବାହାରପାର୍ଶ୍ବ କାନ୍ଥର ଲେଜର ସ୍କାନିଂ କରାଯିବ। ଦକ୍ଷିଣ ପାର୍ଶ୍ବ କାନ୍ଥର ଅନୁଧ୍ୟାନ କରାଯିବ। ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ସରିଛି। ଲେଜର ସ୍କାନିଂ ଦ୍ୱାରା କେବଳ ପଥର କାନ୍ଥର ଫଟୋ ଉଠିଥିବା ସ୍ଥାନର ସ୍ଥିତି ଜଣାପଡିବ। ମାତ୍ର ଭିତର ଅଂଶର ସ୍ଥିତି ଜଣାପଡିବ ନାହିଁ। ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍ ।

୧୫ ଦିନର ସମୟ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏଏସଆଇ। ରିପୋର୍ଟ ଆଧାରରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏଏସଆଇ ସୁପରିଟେଡେଣ୍ଟ ଦେବାଶିଷ ଗଡନାୟକଙ୍କ ନେତୃତ୍ବରେ ଟେକ୍ନିକାଲ ଟିମ୍ ଲେଜର ସ୍କାନିଂ କରୁଛନ୍ତି । ଏହି ଟିମରେ ଫଟୋଗ୍ରାଫିକ ସଦସ୍ୟ ଓ ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ ନିୟୋଜିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.