Below header

ସୋରଡା ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଧୁମଧାମରେ ପାଳିଲେ ବଡଦିନ

ସୋରଡାରେ ମଧ୍ୟ ଏହି ଧର୍ମର ଲୋକମାନେ ବେସ୍‌ ଖୁସିର ସହିତ ପାଳନ କରିଛନ୍ତି ବଡ଼ଦିନ । ଓଡିଶାରେ ୧୯୧୬ ମସିହାରେ ସୋରଡାଠାରେ ପ୍ୟାରିସରୁ ଧର୍ମଯାଜକମାନେ ଆସି ଚର୍ଚ୍ଚ ତିଆରି କରିଥିଲେ ।

ଆଜି ହେଉଛି ବଡଦିନ ଯାହାକି ସାରା ପୃଥିବୀରେ ସମସ୍ତ ଖ୍ରୀଷ୍ଟ ଧର୍ମର ବଡ଼ ଉତ୍ସବ । ଲୋକମାନେ ଉତ୍ସାହର ସହିତ ଘରେ ଘରେ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନେ ବହୁ ଦିନରୁ ଏହି ପର୍ବକୁ ଉତ୍ସାହର ସହିତ ପାଳନ କରିବା ପାଇଁ ଅନାଇ ବସିଥାନ୍ତି । ସୋରଡାରେ ମଧ୍ୟ ଏହି ଧର୍ମର ଲୋକମାନେ ବେସ୍‌ ଖୁସିର ସହିତ ପାଳନ କରିଛନ୍ତି ବଡ଼ଦିନ । ଓଡିଶାରେ ୧୯୧୬ ମସିହାରେ ସୋରଡାଠାରେ ପ୍ୟାରିସରୁ ଧର୍ମଯାଜକମାନେ ଆସି ଚର୍ଚ୍ଚ ତିଆରି କରିଥିଲେ । ଏହି ଅଞ୍ଚଳର ଲୋକମାନଙ୍କ ଅବସ୍ଥା ଦେଖି ସେମାନେ କିଛି କରିବା ପାଇ ଚେଷ୍ଟା କରିଥିଲେ । ସେହି ସମୟରେ ଏହି ଅଞ୍ଚଳରେ ଦୁର୍ଭିକ୍ଷ ଦେଖା ଯାଇଥିଲା ଲୋକଙ୍କ ପାଖରେ ଖାଇବାକୁ ଖାଦ୍ୟ ନଥିଲା ଏବଂ ବହୁ ରୋଗରେ ଆକ୍ରାନ୍ତ ହୋଇ ରୋଗରେ ପଡ଼ିଥିଲେ । ଏହି ସମୟରେ ଲୋକଙ୍କ ସେବା କରିବା ସହିତ ଲୋକଙ୍କୁ ଖ୍ରୀଷ୍ଟ ଧର୍ମ ରେ ଦୀକ୍ଷିତ କରାଇ ଚର୍ଚ୍ଚ ଗଢିଥିଲେ ଧର୍ମଯାଜକ ।

ଏହା ପରେ ଏହି ଅଞ୍ଚଳରେ ବହୁ ଗାଁରେ ସାନ ବଡ ଚର୍ଚ୍ଚ ତିଆରି କରାଯାଇ ହଜାର ହଜାର ଖ୍ରୀଷ୍ଟବଲମ୍ବୀମାନେ ପର୍ବ ପାଳନ କରୁଛନ୍ତି । ଏହି ଦିନ ପ୍ରଭୁ ଯୀଶୁ ଏକ କୁମାରୀ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ । ପ୍ରଭୁ ଯୀଶୁ ଧରା ପୃଷ୍ଠକୁ ଆସି ଲୋକଙ୍କ ଦୁଖ ଦୂର କରିଥିଲେ । ଯୀଶୁଙ୍କ ଏହି ଜନ୍ମ ଦିନକୁ ପ୍ରତ୍ୟେକ ଘରେ ଘରେ ଉତ୍ସାହର ସହିତ ପାଳନ କରୁଛନ୍ତି । ପରିବାରର ସମସ୍ତେ ନୂଆ ଡ୍ରେସ ପିନ୍ଧି ମଧ୍ୟ ରାତ୍ରିରେ ଯୀଶୁଙ୍କ ଜନ୍ମ ଦିନ କେକ କାଟି ପାଳନ କରିଥିଲେ । ଆଜି ସକାଳୁ ଚର୍ଚ୍ଚକୁ ଆସି ପ୍ରାର୍ଥନା କରିଥିଲେ ଏବଂ ପରସ୍ପର ସହିତ ସୁଖ ବାଣ୍ଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.