Below header

ହାତି ଓ ମଣିଷ ଲଢ଼େଇରେ ପଡିବ ପୂର୍ଣ୍ଣଚ୍ଛେଦ, ବନବିଭାଗ ଆରମ୍ଭ କଲେ ହାତି ଘଉଡାଇବା ବୋମା

ବମ୍‌ ଫୋପାଡିଲେ ଉଠୁଛି ଗଛ। ଆମେ ଆପଣଙ୍କୁ କୌଣସି ନିଆଁ କି ବାରୁଦ ବମ୍‌ କଥା କହୁନାହୁଁ, ଆମେ କହୁଛୁ ମାଟିର ବମ୍‌ ବିଷୟରେ। ତାହା ପୁଣି ଫୋପାଡୁଛନ୍ତି ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ କର୍ମଚାରୀ। ଏବେ ଆପଣଙ୍କ ମନରେ ଆସୁଥିବ ଏହି ମାଟିର ବମ୍‌ କଣ? ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ମାଟି ବମ୍‌ କଣ ଆଉ କାହିଁକି ବନାଞ୍ଚଳ ଅଧିକାରୀ ଏହି ବମକୁ ଫୋପାଡୁଛନ୍ତି।

ଏସବୁ କରାଯାଉଛି ହାତୀମାନଙ୍କ ପାଇଁ। କାହିଁକିନା ହାତୀ ମାନଙ୍କର ପ୍ରିୟ ଖାଦ୍ୟ ବାଉଁଶ ଗଛ। ତେଣୁ ବାଉଁଶକୁ ଖାଇବାକୁ ହାତୀମାନେ ସବୁବେଳେ ଗ୍ରାମଅଭିମୁଖୀ ହେଉଛନ୍ତି। ତେଣୁ ହାତୀମାନେ କିଭଳି ଗ୍ରାମ ଭିତରକୁ ପ୍ରବେଶ କରିବେନି, ହାତୀ ମଣିଷକୁ ଆକ୍ରମଣ କରିବେନାହିଁ ଏବଂ ଚାଷୀଙ୍କ ଫସଲକୁ ନଷ୍ଟ କରିବେନାହିଁ। ଏହାକୁ ଧ୍ୟାନରେ ରଖି ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ଏକ ଅଭିନବ ଉପାୟ ଆରମ୍ଭ କରିଛି।

bombଭିନ୍ନ ଉପାୟରେ ନୂତନ ବାଉଁଶ ଜଙ୍ଗଲ ସୃଷ୍ଟି କରୁଛି ଆଠଗଡ ବନବିଭାଗ। ଉର୍ବର ମାଟି, ଖତ ଓ ଗ୍ରାମାସିନ ଔଷଧକୁ ମିଶାଇ ଚିକ୍କଣ ଭାବେ ଚକଟି ଗୋଲ ପିଣ୍ଡୁଳା କରାଯାଉଛି। ଏହି ପିଣ୍ଡୁଳା ଭିତରେ ବିଶୋଧିତ ବାଉଁଶ ମଞ୍ଜିକୁ ପୁର ଭଳି ଦିଆଯାଏ। ଯାହାକି ଠିକ୍‌ ମଣ୍ଡା ପିଠା ଭଳି ଦେଖିବାକୁ। ଏହାପରେ ଏହାକୁ ଶୁଖାଇ ଦିଆଯାଏ। ଶୁଖି ସାରିଲା ପରେ ଏହାକୁ ଜଙ୍ଗଲରେ ବର୍ଷା ସମୟ ଜୁଲାଇ ଏବଂ ଅଗଷ୍ଟ ମାସରେ ଫୋପଡା ଯାଏ, ଏହି ମଞ୍ଜି ୧୫ ଦିନରେ ଗଜା ହୁଏ। ପ୍ରାୟ ଏକ ମାସ ପରେ ବାଉଁଶ ବୁଦାରେ ଏହା ପରିଣତ ହୁଏ।

ଏପରି ହେଲେ ହାତୀ ଆକ୍ରମଣରେ ମଣିଷର ହେଉଥିବା ମୃତ୍ୟୁ କମିବା ସହ ଚାଷ ଜମିର ଫସଲ ମଧ୍ୟ ସୁରକ୍ଷିତ ରହିବ। ତେବେ ବନବିଭାଗର ଏହି ପଦକ୍ଷେପ ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.